ଖୁବଶୀଘ୍ର ପୂରଣ ହେବ ସରକାରୀ ପଦବୀ । ୪ ମାସ ମଧ୍ୟରେ ୯୨ ହଜାର ପିଲାଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଖୁବଶୀଘ୍ର ପୂରଣ ହେବ ବିଭିନ୍ନ ସରକାରୀ ପଦବୀ । ୪ ମାସ ମଧ୍ୟରେ ୯୨ ହଜାର ପିଲା ଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର ।ପଦବୀ ଗୁଡ଼ିକ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବିଭିନ୍ନ ବିଭାଗକୁ ନିର୍ଦେଶ ଦେଲେ ରାଜ୍ୟ ସରକାର ।

odisha

କନକ ବ୍ୟୁରୋ: ଖୁବଶୀଘ୍ର ପୂରଣ ହେବ ବିଭିନ୍ନ ସରକାରୀ ପଦବୀ । ୪ ମାସ ମଧ୍ୟରେ ୯୨  ହଜାର ପିଲା ଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର  ।ପଦବୀ ଗୁଡ଼ିକ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବିଭିନ୍ନ ବିଭାଗକୁ ନିର୍ଦେଶ ଦେଲେ ରାଜ୍ୟ ସରକାର । 

ରାଜ୍ୟରେ ମୋଟ ୩,୯୯,୬୬୬ ମଞ୍ଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ୧ ଲକ୍ଷ ୩୨ ହାଜର ୪୫୯ ପଦବୀ ଖାଲି ପଡ଼ିଛି । ସେଥି ମଧ୍ୟରୁ ୯୨ ହଜାର ୨୦୩ ପଦବୀ ପାଇଁ କ୍ଷମତା ସମ୍ପର୍ଣ୍ଣ କମିଟି ମଞ୍ଜୁରୀ ଦେଇଛି । ସେଥି ରୁ ୭୮ ହଜାର ୯୧୯ ପଦବୀ ପୂରଣ ପାଇଁ ବିଭିନ୍ନ ନିଯୁକ୍ତି ସଂସ୍ଥା କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅବଶିଷ୍ଟ ପଦବୀ ପାଇଁ ସେପ୍ଟେମ୍ବର ୨୦୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବାକୁ ନିର୍ଦେଶ ଦେଇଛି କମିଟି । ଡିସେମ୍ବର ସୁଦ୍ଧା ନିଯୁକ୍ତି ସଂସ୍ଥା ଗୁଡ଼ିକ ଖାଲି ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe