କନକ ବ୍ୟୁରୋ: ଦେଶର ୩ ପ୍ରମୁଖ ଘରୋଇ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ସହ ବ୍ୟବସାୟିକ ଓ ଜମା କାରବାର କରିବାକୁ ରାଜ୍ୟ ସରକାର ମନା କରିଦେଇଛନ୍ତି । ତତକାଳ ପ୍ରଭାବରେ ଏହା ଲାଗୁ ହୋଇଛି । ଅର୍ଥ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଜାରି ହୋଇଛି । ବ୍ୟାଙ୍କ ମାନଦଣ୍ଡ ପୂରଣ ନ କରିବା ଓ ଗତ ଦୁଇବର୍ଷରେ ସରକାରଙ୍କ କିଛି ପ୍ରମୁଖ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହି ବ୍ୟାଙ୍କ ଗୁଡିକର ଖରାପ ପ୍ରଦର୍ଶନ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସରକାରୀ ସଂସ୍ଥା ତୁରନ୍ତ ସଂଚୟ ଜମା, କରେଣ୍ଟ ଆକାଉଣ୍ଟ ଓ ଅନ୍ୟ ଆକାଉଣ୍ଟକୁ ବନ୍ଦ କରିବାକୁ କୁହାଯାଇଛି । ତେବେ ଫିକ୍ସଡ ଡିପୋଜିଟ ଓ ଟର୍ମ ଡିପୋଜିଟ ନିର୍ଦାରିତ ସମୟସୀମା ପୂରଣ ହେଲା ଯାଏଁ ରହିବ ।
ଘରୋଇ ବ୍ୟାଙ୍କ ଉପରେ ସରକାରୀ ଛାଟ: ଏହି ୩ ବ୍ୟାଙ୍କ ସହ ବ୍ୟବସାୟିକ ଓ ଜମା କାରବାର କରିବେ ନାହିଁ ରାଜ୍ୟ ସରକାର
ବ୍ୟାଙ୍କ ମାନଦଣ୍ଡ ପୂରଣ ନ କରିବା ଓ ଗତ ଦୁଇବର୍ଷରେ ସରକାରଙ୍କ କିଛି ପ୍ରମୁଖ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହି ବ୍ୟାଙ୍କ ଗୁଡିକର ଖରାପ ପ୍ରଦର୍ଶନ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।
/kanak/media/media_files/2025/06/21/74ssssss-2025-06-21-23-38-56.jpg)