କନକ ବ୍ୟୁରୋ : ରାଜ୍ୟରେ କଲରାପତରିଆ ବାଘ ସୁରକ୍ଷା ନେଇ ଚିନ୍ତାରେ ବନ ବିଭାଗ । ଆଗକୁ ବନ୍ୟପ୍ରାଣୀ ମୃତ୍ୟୁ ରୋକିବାକୁ ହେବ ମିଳିତ ପ୍ରୟାସ । ନୟାଗଡ଼ରେ ବାଘ ମୁଣ୍ଡ କଟା ମାମଲାରେ ଦୁଇ ଜଣ ଗିରଫ ହୋଇଛନ୍ତି । ବାରହା ଶିକାର ପାଇଁ ବିଛାଯାଇଥିବା ତାରରେ ପଡ଼ି କଲରାପତରିଆର ମୃତ୍ୟୁ ହୋଇଥିଲା । ଆଉ ଶିକାରୀ ବାଘର ମୁଣ୍ଡ କାଟି ନେଇଥିଲେ। ଘଟଣାରେ ଜଣେ ନିଜ ଦୋଷ ସ୍ଵୀକାର କରିଛି । ରେଙ୍ଗାଲି ଡ୍ୟାମରେ ବାଘ ମୃତଦେହ ମିଳିବା ପ୍ରସଙ୍ଗରେ ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି, ପୋଷ୍ଟ ମର୍ଟମ ପରେ ସ୍ପଷ୍ଟ ହେବ ବାଘ ମୃତ୍ୟୁର କାରଣ । 

Advertisment

ପ୍ରାଥମିକ ତଦନ୍ତ ବେଳେ ବାଘ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଉଭୟ ମାମଲା ରେ ବନ୍ୟପ୍ରାଣୀ ପିସିସିଏଫ୍ କାର୍ୟ୍ୟାଳୟ ରୁ ଜେଟିଏଫ ଯାଇ ଘଟଣାର ତଦନ୍ତ କରୁଛି । ସେପଟେ ହାତୀ ମୃତ୍ୟୁ ରୋକିବା ପାଇଁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ। ନିର୍ଦ୍ଧାରିତ ତାରିଖରେ ହାଇକୋର୍ଟରେ ଦାଖଲ ହେବ ବିସ୍ତୃତ ଆକ୍ସନ ପ୍ଲାନ। ହାତୀ ମୃତ୍ୟୁ ରୋକିବା ପାଇଁ ସବୁ ବିଦ୍ୟୁତ୍ ବିତରଣ କମ୍ପାନୀ ସହ ସବିଶେଷ ଆଲୋଚନା ହୋଇଛି । ମିଳିତ ଭାବେ ହାତୀ ମୃତ୍ୟୁ ରୋକିବାକୁ ପ୍ରୟାସ ଚାଲିଛି । ରେଢ଼ାଖୋଲରେ ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଫସି ୩ ହାତୀଙ୍କ ହୋଇଥିଲା ମୃତ୍ୟୁ ।