କନକ ବ୍ୟୁରୋ : ପ୍ରତିବର୍ଷ ବନ୍ୟା ବାତ୍ୟାର ସାମ୍ନା କରିବା ଓଡ଼ିଶା ପାଇଁ କିଛି ନୂଆ କଥା ନୁହେଁ । ଜିରୋ କାଜୁଆଲଟି ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଆସୁଛନ୍ତି, ଏଥିରେ ଅନେକ ମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି । ହେଲେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାସହ ପ୍ରାକୃତିକ ବିପର୍ଯ୍ୟୟରେ ମୋଟ୍ ଜିଡିପିର ୧.୮ ପ୍ରତିଶତ ହରାଉଛନ୍ତି ।
ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓଡ଼ିଶାକୁ ପ୍ରତିବର୍ଷ ଅନିମନ୍ତ୍ରିତ ଅତିଥି ଭଳି ଆସୁଥିବା ଏହି ସଂକଟ, ପାଇଁ ରାଜ୍ୟ ସରକାର ପାଖାପାଖି ୮ ହଜାର ୩୪୯ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ସେହିପରି ଆନୁମାନିକ ୨୫ ହଜାର ୫୦୦ କୋଟି ଟଙ୍କା ହରାଉଛନ୍ତି। ନଜର ପକାନ୍ତୁ ଏହି ତଥ୍ୟ ଉପରେ-
ପ୍ରାକୃତିକ ବିପର୍ଯ୍ୟୟ ଓ ଓଡ଼ିଶା
ବର୍ଷ ବିପର୍ଯ୍ୟୟ କ୍ଷତି ଖର୍ଚ୍ଚ
୨୦୧୭-୧୮ ମରୁଡ଼ି ଓ ଅଦିନିଆ ବର୍ଷା ୧୩୪୩.୨୫ କୋଟି ୬୨୪.୮୧ କୋଟି
୨୦୧୮-୧୯ ବାତ୍ୟା, ବନ୍ୟା ଓ ମରୁଡ଼ି ୪୦୦୮.୨୫ କୋଟି ୧୮୩୧.୬୦ କୋଟି
୨୦୧୯-୨୦ ବାତ୍ୟା ୮୬୩୫.୦୧ କୋଟି ୩୭୦୮.୮୫ କୋଟି
୨୦୨୦-୨୧ ବାତ୍ୟା ୨୫୪.୨୬ କୋଟି ୧୭୭.୨୦ କୋଟି
୨୦୨୧-୨୨ ବାତ୍ୟା ୧୨୩୫.୪୭ କୋଟି ୮୯୫.୯୭ କୋଟି
୨୦୨୨-୨୩ ବନ୍ୟା ୫୯୧.୫୭ କୋଟି ୩୮୦.୬୯ କୋଟି
୨୦୨୩-୨୪ ବନ୍ୟା ଓ ପ୍ରବଳ ବର୍ଷା ୮୧.୨୬ କୋଟି ୨୧.୪୫ କୋଟି
୨୦୨୪-୨୫ ବାତ୍ୟା ଓ ଅଦିନିଆ ବର୍ଷା ୧୦୧୬.୮୯ କୋଟି ୭୦୯.୨୩ କୋଟି
ମୋଟ ୧୭,୧୬୬.୪୩ କୋଟି ୮,୩୪୯.୮୦ କୋଟି
ଅର୍ଥାତ ରାଜ୍ୟ ସରକାର କେବଳ ପ୍ରାକୃତିକ ବିପର୍ଯ୍ୟୟରେ ମୋଟ୍ ଜିଡିପିର ୧.୮ ପ୍ରତିଶତ ହରାଉଛନ୍ତି । ସରକାରୀ କଳର ହିସାବ, ଆଖିକୁ ଦିଶୁଛି। କିନ୍ତୁ ବାସ୍ତବରେ ପ୍ରାକୃତିକ ଦୁର୍ବିପାକ ଜନିତ ସଂକଟରୁ ଆହୁରି ଅନେକ କ୍ଷତି ହେଉଛି।
ପ୍ରାକୃତିକ ଦୁର୍ବିପାକରୁ କ୍ଷତି
ଜୀବନ ଓ ସମ୍ପତ୍ତି ହାନି
ଫସଲ ହାନି
ଭୂପୃଷ୍ଠ ଜଳସ୍ତର ହ୍ରାସ
ମଧୁର ଜଳ ନିମ୍ନଗାମୀ
ବେକାରୀ ସମସ୍ୟା
ଦାଦନ ସମସ୍ୟାର ମୁଖ୍ୟ କାରଣ ପ୍ରାକୃତିକ ବିପର୍ଯ୍ୟୟ। ସରକାରଙ୍କ ଦୂରଦୃଷ୍ଟି ଓ ପାରଦର୍ଶିତାର ଅଭାବ ଯୋଗୁଁ ଏସବୁ ସମସ୍ୟା ଉପୁଜିଛି। ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ତେଣୁ ପ୍ରତିବର୍ଷ କ୍ଷତିର ପରିମାଣ ବଢ଼ିବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର କୌଣସି ଉତ୍ତମ ଆର୍ଥିକ ନୀତି ନାହିଁ। ଫଳରେ ରାଜ୍ୟ ଅର୍ଥନୀତିରେ ଗଭୀର ଚୋଟ ପକାଉଛି ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ସଂକଟ।