ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି ; ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ନୀତି।

ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି। ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ନୀତି। ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ଅବକାରୀ ନୀତି।

New Project (3)

କନକ ବ୍ୟୁରୋ: ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି। ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ନୀତି। ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ଅବକାରୀ ନୀତି। 

ଭାଙ୍ଗ, ତାଡି ଓ ପୋଚ ପାଇଁ ନିୟମ ଲାଗୁ ହୋଇଛି। ଗ୍ରାମୀଣ ଅଞ୍ଚଳରେ ନୂଆ ମଦ ବାର ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିନାହିଁ। ସେହିପରି ଡ୍ୟାନ୍ସ ବାର ଚାଲିବ ନାହିଁ। ବାରରେ କେବଳ ଗୀତ ଗାଇବା ଓ ଶୁଣିବା ପାଇଁ ଅନୁମତି ନେବାକୁ ପଡ଼ିବ। ଓଟିଡିସି ପକ୍ଷରୁ ବିଚ୍ ଶ୍ୟାକରେ ମିଳିବ ମଦ। ଇକୋ-ରିଟ୍ରିଟ୍ ସମୟରେ ସମୁଦ୍ର ବେଳାଭୂମିରେ ମଦ ବିକିବାକୁ ଓଟିଡିସିକୁ ମିଳିବ ଅସ୍ଥାୟୀ ଲାଇସେନ୍ସ। ତେବେ କେଉଁ କେଉଁ ବେଳାଭୂମିରେ ବିକ୍ରି ହେବ, ସେ ନେଇ ପର୍ୟ୍ୟଟନ ବିଭାଗ ନିଷ୍ପତ୍ତି ନେବ। କେବଳ ସେତିକି ନୁହେଁ ଚଳିତ ଆର୍ଥିକ ବର୍ଷ ପୂର୍ବରୁ ନବୀକରଣ(ରିନ୍ୟୁଆଲ) ହୋଇନଥିବା ୫୭ଟି ଅନସପ୍ ମଦଦୋକାନର ପୁନଃ ନବୀକରଣ ମଧ୍ୟ କରାଯିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe