କନକ ବ୍ୟୁରୋ : ମଙ୍କି ପକ୍ସ ପାଇଁ ଜାରି ହେଲା ଗାଇଡଲାଇନ । ସବୁ ଜିଲ୍ଲା ଓ ବିମାନ ବନ୍ଦର ଅଥରୀଟିଙ୍କୁ ଗାଇଡଲାଇନ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଭାରତରେ ମଙ୍କି ପକ୍ସ ସଂଖ୍ୟା ବହୁତ କମ ରହିଛି । ଯେଉଁ ମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କି ପକ୍ସ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ କରି ନମୁନା ପରୀକ୍ଷା ପାଇଁ କୁହାଯାଇଛି । ଏନେଇ ସେମାନେ ସେଲ୍ଫ ଡିକଲାରେସନ ଫର୍ମ ଦେବେ । ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ଆଇସୋଲେଟ ରଖାଯିବ । ଏମ୍ସ ଭୁବେନେଶ୍ୱରରେ ଥିବା ଲବ୍ରୋଟେରିକୁ ନମୁନା ପଠାଯିବ। ଲକ୍ଷଣ ଥିବା ଲୋକ ଓଡିଶାକୁ ଆସିନାହାନ୍ତି । ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆଫ୍ରିକାରେ ମଙ୍କି ପକ୍ସ ଦେଖାଦେଇଛି ତେଣୁ ସେଠୁ ଆସୁଥିବା ଯାତ୍ରୀଙ୍କ ପାଇଁ ସାବଧାନ ରହିବାକୁ କୁହାଯାଇଛି। ମଙ୍କି ପକ୍ସ ପାଇଁ ୨୧ ଦିନର ଆଇସୋଲେଟ ଆବଶ୍ୟକ ରହିଛି। ସନ୍ଦେହ ହେଲେ ଆଇସୋଲେଟ କରାଯିବ। ନେଗେଟିଭ ଆସିଲେ ଛାଡି ଦିଆଯିବ।
ମଙ୍କିପକ୍ସ ପାଇଁ ସତର୍କ କରାଇଲେ ରାଜ୍ୟ ସରକାର । ସବୁ ଜିଲ୍ଲା ଓ ବିମାନବନ୍ଦର ଅଥରୀଟି ପାଇଁ ଗାଇଡଲାଇନ ଜାରି
Advertisment
Follow Us