କନକ ବ୍ୟୁରୋ : ରାଜ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଥଇଥାନ ତଥା ପୁନଃନିଯୁକ୍ତି ଉପରେ ଅଙ୍କୁଶ ଲାଗିଛି। ନୂଆ ସରକାର ୨୦୧୪ର ପୁନଃନିଯୁକ୍ତ ସଂକ୍ରାନ୍ତ ବିଜ୍ଞପ୍ତିକୁ ରଦ୍ଦ କରି ନୂଆ ସଂଶୋଧିକ ବିଜ୍ଞପ୍ତି ଜାରି କରିଛନ୍ତି ।  ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ କମିଟି ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ନେଇ ନିଷ୍ପତ୍ତି ନେବ କିମ୍ବା ସୁପାରିଶ କରିପାରିବ । ଅତ୍ୟନ୍ତ ଜରୁରୀ ନ ହେଲେ  ନିଯୁକ୍ତି ହେବ ନାହିଁ । ଏଥିପାଇଁ କଡା ଆଭିମୁଖ୍ୟ ଦେଖାଇ କିଛି କଡା ସର୍ତ୍ତାବଳୀ ରଖିଛନ୍ତି ମୋହନ ସରକାର

Advertisment

ଯୋଗ୍ୟତା ସର୍ତ୍ତାବଳୀ 
- ଯେଉଁ ଅଧିକାରୀଙ୍କ ଭଲ ସେବା ରେକର୍ଡ ଥିବ ଓ ଶାରୀରିକ ଭାବେ ଫିଟ ଥିବେ
-ସିସିଆର ଓ ପିଏଆର୍ ‘ଆଉଟଷ୍ଟାଣ୍ଡିଂ’ ରହିବା ଆବଶ୍ୟକ
-ବିଭାଗୀୟ କାର୍ୟ୍ୟାନୁଷ୍ଠାନ କିମ୍ବା ଅପରାଧିକ ମାମଲା ବିଚାରାଧୀନ ନଥିବ
-ଅବସର ପୂର୍ବ ୫ ବର୍ଷ ମଧ୍ୟରେ ଅସଦାଚରଣ ପାଇଁ ଦଣ୍ଡିତ ହୋଇନଥିବେ

 ତତକଳୀନ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥାଇଥାନ ଫଳରେ  ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟା ଠପ ହୋଇଯାଇଥିଲା  । ଦେଶରେ ବେକାରୀହାରଠାରୁ ଓଡିଶାର ବେକାରୀ ହାର ଅଧିକ ଥିଲା ଏବେ ମୋହନ ସରକାରଙ୍କ ଚୋଟ ପରେ  ନୂଆ ନିଯୁକ୍ତି ପାଇଁ ବାଟ ଫଟିଛି । 

ସବୁଠାରୁ ବଡ କଥା ହେଲା. ଚୟନ ପ୍ରକ୍ରିୟାରେ ବି କଠୋର ସର୍ତ୍ତାବଳୀ ରଖିଛନ୍ତି ମୋହନ ସରକାର ।  ଖୋଲା ବିଜ୍ଞାପନ କିମ୍ବା ସମୟ ସମୟରେ  ସରକାରଙ୍କ ଦ୍ବାରା  ସ୍ଥିର କରାଯାଇଥବା ପଦ୍ଧତି ଦ୍ୱାରା  ବ୍ୟକ୍ତି ଚୟନ କରାଯିବ । ସେହିଭିଳି କାର୍ୟ୍ୟକାଳ, ସର୍ତ୍ତାବଳୀ ଓ ଚୁକ୍ତିନାମାରେ  କଡା  ସକଳ୍ପ ଜାରି କରିଛନ୍ତି ମୋହନ ସରକାର ।

କାର୍ୟ୍ୟକାଳ, ସର୍ତ୍ତାବଳୀ ଓ ଚୁକ୍ତିନାମା
-ଶାରୀରିକ ଫିଟ ଥିବା ଅବସରପ୍ରାପ୍ତ କର୍ମଚାରୀ ପ୍ରଥମେ  ୧ ବର୍ଷ ପାଇଁ  ରହିବେ
-କାର୍ୟ୍ୟ ସନ୍ତୋଷଜନକ ହେଲେ ୩ ବର୍ଷ ଯାଏଁ ବଢାଯିବ
-ଅସନୁଷ୍ଟ ପ୍ରଦର୍ଶନ ପାଇଁ ଏକମାସ ନୋଟିସ ଦେଇ ପୁନଃ ନିଯୁକ୍ତିକୁ  ବନ୍ଦ କରିଦେଇପାରିବେ 
-ସଂପୃକ୍ତ କର୍ମଚାରୀ ୧ ମାସର ନୋଟିସ ଦେଇ ଇସ୍ତଫା ଦେଇପାରିବେ

ଏବେ ନୂଆ ବିଜ୍ଞପ୍ତି ମାଧ୍ୟମରେ ମୋହନ ସରକାର  ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ ଲଗାଇଥିବାରୁ ଆଉ କର୍ମଚାରୀଙ୍କୁ ଥଇଥାନ କରିବା ସହଜ ହେବ ନାହିଁ ବୋଲି କୁହାଯାଉଛି ।