ମାଲକାନଗିରି ବିମାନ ବନ୍ଦରରେ ବିମାନ ଉଡାଣ ପାଇଁ ଅନୁମତି ଆଣି ନଥିଲେ ରାଜ୍ୟ ସରକାର । ହେଲେ, ନିର୍ବାଚନ ସମୟରେ ମନ ଇଛା କରୁଥିଲେ ବ୍ୟବହାର

Advertisment

ଡିଜିସିଏର ବିନା ଅନୁମତିରେ ମାଲକାନଗିରି ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିଥିଲା ବିଜେଡି ସରକାର । ନିର୍ବାଚନ ପ୍ରଚାର ପାଇଁ ବେସାମରିକ ବିମାନ ଚଳାଚଳ ଆଇନକୁ ବି ଉଲ୍ଲଙ୍ଘନ କରିଥିଲେ ରାଜନେତା। ସୂଚନା ଅଧିକାର ଜରିଆରେ ମିଳିଥିବା ତଥ୍ୟରୁ ଏନେଇ ସ୍ପଷ୍ଟ ହୋଇଛି

ଡିଜିସିଏର ବିନା ଅନୁମତିରେ ମାଲକାନଗିରି ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିଥିଲା ବିଜେଡି ସରକାର । ନିର୍ବାଚନ ପ୍ରଚାର ପାଇଁ ବେସାମରିକ ବିମାନ ଚଳାଚଳ ଆଇନକୁ ବି ଉଲ୍ଲଙ୍ଘନ କରିଥିଲେ ରାଜନେତା। ସୂଚନା ଅଧିକାର ଜରିଆରେ ମିଳିଥିବା ତଥ୍ୟରୁ ଏନେଇ ସ୍ପଷ୍ଟ ହୋଇଛି

malkangiri airstrip

କନକ ବ୍ୟୁରୋ: ଡିଜିସିଏର ବିନା ଅନୁମତିରେ ମାଲକାନଗିରି ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିଥିଲା ବିଜେଡି ସରକାର ।  ନିର୍ବାଚନ ପ୍ରଚାର ପାଇଁ ବେସାମରିକ ବିମାନ ଚଳାଚଳ ଆଇନକୁ ବି ଉଲ୍ଲଙ୍ଘନ କରିଥିଲେ ରାଜନେତା। ସୂଚନା ଅଧିକାର ଜରିଆରେ ମିଳିଥିବା ତଥ୍ୟରୁ ଏନେଇ ସ୍ପଷ୍ଟ ହୋଇଛି, ମାଲକାନଗିରି ବିମାନବନ୍ଦର ପାଇଁ ରାଜ୍ୟ ସରକାର ଡିଜିସିଏକୁ ମାଗିନାହାନ୍ତି ଅନୁମତି ।  

ମାଲକାନଗିରି ଆକାଶରେ ଉଡିବ ବିମାନ । ବ୍ୟବସାୟ ଓ ପର୍ଯ୍ୟଟନ ପାଇଁ ଖୋଲିବ ବାଟ । ସାଧାରଣ ନିର୍ବାଚନର ଠିକ୍‌ କିଛି ଦିନ ପୂର୍ବରୁ ବିଜେଡି ସରକାର ଏଭଳି ସ୍ୱପ୍ନ ଦେଖାଇଥିଲା ।  ରନଓ୍ୱେରେ ଟ୍ରାଏଲ ରନ୍ ହେଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଏୟାରପୋର୍ଟର ଉଦଘାଟନ ବି କରିଥିଲେ ।  ନିର୍ବାଚନ ପ୍ରଚାର ପାଇଁ ନବୀନ ପଟ୍ଟନାୟକଙ୍କ ସମେତ , ଭିକେ ପାଣ୍ଡିଆନ ବି ମାଲକାନଗିରି ଏୟାରପୋର୍ଟକୁ ବ୍ୟବହାର କରୁଥିଲେ।  ଅନ୍ୟ ଦଳର ତୁଙ୍ଗ ନେତା ବି ବିମାନ ଜରିଆରେ ମାଲକାନଗିରିକୁ ଯାଉଥିଲେ । କିନ୍ତୁ ସୂଚନା ଅଧିକାର ଆଇନରେ ଡିଜିସିଏରୁ ମିଳିଥିବା ତଥ୍ୟରେ କିନ୍ତୁ ମାଲକାନଗିରି ଏୟାରପୋର୍ଟ ପାଇଁ ରାଜ୍ୟ ସରକାର ଏରୋଡ୍ରୋମ ଲାଇସେନ୍ସ ପାଇଁ  ଡିଜିସିଏକୁ କୌଣସି ଅନୁମତି ମାଗିନଥିଲେ। 

ବିମାନବନ୍ଦର ପାଇଁ ଡିଜିସିଏ ଅନୁମତି ଦେଇନଥିବାବେଳେ ବିମାନ କିଭଳି ଉଡୁଥିଲା ବୋଲି ପ୍ରଶ୍ନ ଉଠୁଛି । ଏଥିସହ ଉଦଘାଟନ ହେବାର କିଛି ଦିନ ପରେ ବିଭିନ୍ନ ଅଂଶ ଭାଙ୍ଗି ରୁଜି ଯିବାକୁ ନେଇ  ମାଲକାନଗିରିବାସୀ ବର୍ଷିଛନ୍ତି। ମାଲକାନଗିରି ଏୟାରପୋର୍ଟର ଏବେ ନାହିଁ ଏୟାର ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥା । ସୁରକ୍ଷା କିମ୍ୱା ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଟର୍ମିନାଲ ବିଲ୍ଡିଂରେ ଗଳୁଛି ପାଣି । ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ କହିବା କଥା ଏହା ସାଧାରଣ ଲୋକଙ୍କ ପାଇଁ ନୁହଁ ବରଂ ରାଜନେତାଙ୍କ ନିର୍ବାଚନୀ ପ୍ରଚାର ପ୍ରସାର ପାଇଁ ତିଆରି ହୋଇଥିଲା କି ବିମାନବନ୍ଦର ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe