ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । କିଏ କଟିବେ, କିଏ ମିଶିବେ ତାକୁ ନେଇ ବିଜେପି ଶିବିରରେ ଚର୍ଚ୍ଚା

ଅନ୍ୟତମ ସାଧାରଣ ସମ୍ପାଦକ ତରୁଣ ଚୁଗ ମଧ୍ୟ ଓଡିଶା ଆସି ବୈଠକ ନେଇଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱଙ୍କ ସହ ବାରମ୍ବାର ବୈଠକ ଅନୁଷ୍ଠିତ ହେଉଛି । କୁହାଯାଉଛି ବିଧାନସଭାର ବଜେଟ ଅଧିବେଶନ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ବିଜେପି ସରକାରରେ ଆସିବାକୁ ୭ମାସରୁ ଅଧିକ ସମୟ ବିତି ସାରିଲାଣି ।

ZþKþqKþq

କନକ ବ୍ୟୁରୋ : ଖୁବଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ। ଗତକାଲି ବିଳମ୍ବିତ ରାତ୍ରିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୁର୍ଣ ବୈଠକ। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ରାଜ୍ୟ କାର୍ଯ୍ୟାଳୟରେ  ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଉପସ୍ଥିତ ରହିଥିଲେ । ସୂଚନା ଅନୁଯାଇ ବୈଠକରେ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ନେଇ ଆଲୋଚନା ହୋଇଛି । ବର୍ତ୍ତମାନନ ମୋହନଙ୍କ ମନ୍ତ୍ରି ମଣ୍ଡଳରେ ୬ଟି ପଦବୀ ଖାଲି ପଡିଛି। ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଯାଇ ବରିଷ୍ଠ ନେତୃତ୍ୱଙ୍କ ସହ ବୈଠକ କରୁଛନ୍ତି । ଅନ୍ୟତମ ସାଧାରଣ ସମ୍ପାଦକ ତରୁଣ ଚୁଗ ମଧ୍ୟ ଓଡିଶା ଆସି ବୈଠକ ନେଇଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱଙ୍କ ସହ ବାରମ୍ବାର ବୈଠକ ଅନୁଷ୍ଠିତ ହେଉଛି । କୁହାଯାଉଛି ବିଧାନସଭାର ବଜେଟ ଅଧିବେଶନ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ବିଜେପି ସରକାରରେ ଆସିବାକୁ ୭ମାସରୁ ଅଧିକ ସମୟ ବିତି ସାରିଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ଅନେକ ବିଭାଗ ଖାଲି ପଡିଥିବାବେଳେ ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ବି ଅଛି । ଏହାରି ଭିତରେ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ଚର୍ଚ୍ଚା ହେଉଛି। କୁହାଯାଉଛି, ପ୍ରତି ସଂସଦୀୟ କ୍ଷେତ୍ରରୁ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ଦାୟିତ୍ବ ମିଳିପାରେ । ସେହିପରି ବିଭିନ୍ନ ନିଗମର ଦାୟିତ୍ବ କାହାକୁ ଦିଆଯିବ ସେନେଇ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ହୋଇ ସାରିଥିବା ଚର୍ଚ୍ଚା ହେଉଛି । ମାତ୍ର ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲେ କେଉଁ କେଉଁ ନେତାଙ୍କୁ ବିଭାଗ ବଣ୍ଟନ କରାଯିବ ତାହା ଉପରେ ନଜର ରହିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝି କେନ୍ଦୁଝରର ହୋଇଥିବାବେଳେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେଭି ସିଂଦେଓ, ଜଗତସିଂହପୁର ଓ ବଲାଙ୍ଗୀର ଜିଲ୍ଲାର। ସେହିପରି ପୁରୀ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ମୟୁରଭଞ୍ଜ, ଆସକା, ଯାଜପୁର, ଜଗତସିଂହପୁର, ଭଦ୍ରକ ସଂସଦୀୟ କ୍ଷେତ୍ରର ବିଧାୟକଙ୍କୁ ମିଳିଛି ମନ୍ତ୍ରିପଦ। ଏବେ ଆହୁରି ୬ଟି ମନ୍ତ୍ରିପଦ ଖାଲି ପଡିଛି। ଆଉ ସୁନ୍ଦରଗଡ଼, ବାଲେଶ୍ୱର, କଳାହାଣ୍ଡି, ଭୁବନେଶ୍ୱର, କଟକ, କନ୍ଧମାଳ, କେନ୍ଦ୍ରାପଡ଼ା ଓ କୋରାପୁଟ ସଂସଦୀୟ କ୍ଷେତ୍ରରୁ କେହି ବି ମନ୍ତ୍ରିପଦ ପାଇ ନାହାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe