କନକ ବ୍ୟୁରୋ : ଆଜି ଆସିବ ରାଜ୍ୟ ବଜେଟ, ସଂଧ୍ୟାରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥର ପରିମାଣ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦୃତ ଅଭିବୃଦ୍ଧି ନେଇ ଆକଳନ ପରେ, ଏଥର ରାଜ୍ୟ ବଜେଟର ପରିମାଣ ବଢ଼ିବ ବୋଲି  ଅନୁମାନ କରାଯାଉଛି । ଏମିତି କି ମୋହନ ସରକାର ଅନେକ ନୂଆ ଯୋଜନା ଆଣିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦେଇପାରନ୍ତି ସରକାର । 

Advertisment


ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ବତନ୍ତ୍ର ଅନୁଦାନ ସହ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ହୋଇପାରେ। ସେହିପରି ସୁଭଦ୍ରା ଯୋଜନାରେ ୧ କୋଟି ମହିଳାଙ୍କ ପାଇଁ ଅଧିକ ଅନୁଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁଦାନ ବୃଦ୍ଧି ହୋଇପାରେ। ରାଜ୍ୟ ବଜେଟ୍‌ ଉପସ୍ଥାପନକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳିଛି। ଏବର୍ଷର ବଜେଟ ଐତିହାସିକ ହେବାକୁ ଯାଉଥିବା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିବା ବେଳେ ଲୋକଙ୍କୁ ଭୁତେଇବା ପାଇଁ ଏଥର ବଜେଟ୍‌ରେ ବ୍ୟବସ୍ଥା ରହିବ ବୋଲି ବିରୋଧୀ ଦଳ ବିଜେଡି କହିଛି।