କନକ ବ୍ୟୁରୋ:  ଭାରତରେ ୭୫ ବର୍ଷ  ଇତିହାସ ମଧ୍ୟରେ  ଅନେକ ଏପରି ଘଟଣା ଘଟିଛି ।  ଯେଉଁ ଘଟଣା ପାଇଁ ନ୍ୟାୟପାଳିକା ନିନ୍ଦିତ ହେବା ସହ ଭ୍ରଷ୍ଟାଚାରର ଆରୋପ ମଧ୍ୟ ଲାଗିସାରିଛି । ଆମେ ଏଇ କଥା ଏଇଥିପାଇଁ କହୁଛୁ ଯେ ନ୍ୟାୟପାଳିକାରେ ଭଷ୍ଟାଚାରର ପୁରୁଣା କଥାକୁ ଦୋହାରାଇଛି  ନିକଟରେ ଘଟିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମାଙ୍କ ଘଟଣା ।  ବିଚାରପତି ଯଶୱନ୍ତ ବର୍ମାଙ୍କ ବାସଭବନରୁ ପୁଳାପୁଳା ଟଙ୍କା ମିଳିବା ଘଟଣା ପୁଣି ଥରେ ନ୍ୟାୟପାଳିକାକୁ ନିନ୍ଦିତ କରିଛି ।  ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବିଚାରପତିଙ୍କ ଏଭଳି କଳାକାରନାମା ଉପରୁ ପରଦା କୌଣସି ତଦନ୍ତକାରୀ ସଂସ୍ଥା ଉଠାଇ ନାହାଁନ୍ତି ବଂର ଅଗ୍ନିକାଣ୍ଡରୁ ଜଣାପଡିଛି । ବିଚାରପତି ଘରେ ନଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା ଓ ପରିବାର ଲୋକ ଦମକଳବାହିନୀକୁ ଡାକିଥିଲେ । ତେବେ ନିଆଁ ଲିଭାଇବା ସମୟରେ ବିଚରାପତି ଯଶୱନ୍ତ ବର୍ମାଙ୍କ ଘରୁ ନୋଟ ବଣ୍ଡଲ୍ ମିଳିଥିଲା ।

Advertisment

ସେଥିମଧ୍ୟରୁ କିଛି ପୋଡିଯାଇଥିବା ମଧ୍ୟ ସୂଚନା ରହିଛି । ତେବେ ଏହି ଘଟଣା ଚର୍ଚ୍ଚା ସାଉଁଟିବା ସହ ନ୍ୟାୟପାଳିକା ଉପରେ ପ୍ରଶ୍ନ ଉଠାଇଛି । ନ୍ୟାୟପାଳିକା ପ୍ରତି ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ କଲେଜିୟମ ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ସେଥିପାଇଁ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଗଠନ ହୋଇଛି କମିଟି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଂଜୀବ ଖାନ୍ନା, ଏକ ୩ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ତେବେ  ନ୍ୟାୟପାଳିକା ନିନ୍ଧିତ  ହେବାର ଏହା  ପ୍ରଥମ  ଘଟଣା ନୁହେଁ ଏହା ପୂର୍ବରୁ  ୨୦୦୯ ରେ ମଧ୍ୟ ନ୍ୟାୟପାଳିକା ଉପରେ ଲାଗିଥିଲା କଳାଦାଗ । ସେତେବେଳେ  ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ ନିର୍ମଳ ଯାଦବଙ୍କୁ 15 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା। ଯାହା ସେମୟରେ ଖୁବ୍‌ ଚର୍ଚ୍ଚା ହୋଇଥିଲା ଆଉ ନିନ୍ଦିତ କରିଥିଲା ନ୍ୟାୟପାଳିକାକୁ। 

 ସେହିପରି  ମଦ୍ରାସ  ହାଇକୋର୍ଟ ର ମୁଖ୍ୟ ବିଚାରପତି  ପି.ଡି. ଦିନାକରଣଙ୍କ ଉପରେ ତାଲିମନାଡୁରେ  ଅବୈଧ ଜମି  ହଡପ କରିବାର ଅଭିଯୋଗ ଲାଗିଥିଲା । ତାଙ୍କ ବିରୋଧରେ  ୧୬ଟି  ମାମଲା ରୁଜୁ କରାଯାଇଥିଲା । ଏହା ପରେ ସୁପ୍ରିମକୋର୍ଟ କଲେଜିୟମ ତାଙ୍କର ସୁପ୍ରିମକୋର୍ଟରେ ହେବାକୁ ଥିବା ପଦନ୍ନୋତି କୁ  ବନ୍ଦ କରିଦେଇଥିଲେ । ୨୦୧୧ରେ  ପି.ଡି. ଦିନାକରଣ ଇସ୍ତଫା ଦେଇଦେଇଥିଲେ। ତୃତୀୟ ଉଦାହରଣ ହେଉଛି ୨୦୧୭ର । କଲିକତାର  ହାଇକୋର୍ଟ ର ବିଚାରପତି  ସି. ଏସ୍‌ କର୍ଣ୍ଣନ୍‌ ସୁପ୍ରିମକୋର୍ଟର ଜଜ୍‌ ମାନଙ୍କ ଉପରେ ଭ୍ରଷ୍ଟାଚାରର ଗଭୀର ଅଭିଯୋଗ ଲଗାଇଥିଲେ । ଏହାପରେ  କର୍ଣ୍ଣନ୍‌ ଙ୍କ ବିରୋଧରେ ଅବମାନନା ମାମଲା ରୁଜୁ ହୋଇଥିଲା ।

ଯଉେଁଥିପାଇଁ ତାଙ୍କୁ ୬ ମାସ ଜେଲ୍‌ ହୋଇଥିଲା । ଯାହା ଭାରତୀୟ ନ୍ୟା ନ୍ୟାୟପାଳିକାର ପ୍ରଥମ ଏପରି ଘଟଣା ଥିଲା। ସହେପରି  ୨୦୧୮ ଆଉ ଏକ ମାମଲା ହୋଇଥିଲା ଯେତେବେଳେ  ସୁପ୍ରିମ୍‌ କୋର୍ଟର  ୪ ବରିଷ୍ଠ   ବିଚାରପତି ସାମ୍ବାଦିକ ସମ୍ମିଳନୀ କରି  ମୁଖ୍ୟ ବିଚାରପତି  ଦୀପକ ମିଶ୍ରଙ୍କ ଉପରେ ସଙ୍ଗିନ୍‌ ଅଭିଯୋଗ ଆଣିଥିଲେ । ଦୀପକ ମିଶ୍ର ନିଜ ଇଛା ଅନୁସାରେ କେସ୍‌ ବାଣ୍ଟିବା ସହ ଭ୍ରଷ୍ଟାଚାର କୁ ପ୍ରସୟ ଦେଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ ବରିଷ୍ଠ ବିଚାରପତିମାନେ । ଯାହା ନ୍ୟାୟପାଳିକାର ଇତିହାସରେ ଅଦ୍ଭୁତପୂର୍ଣ୍ଣ ଘଟଣା ଥିଲା । ସେହିପରି ୨୦୨୧ରେ  ବମ୍ବେ ହାଇକୋର୍ଟର  ଜଣେ ଅବସରପ୍ରାପ୍ତ ବିଚାରପତି ଲାଞ୍ଚ ନେଇ ରାୟ ଶୁଣାଉଥିଲେ ବୋଲି ଅଭିଯୋଗ ହୋଇଥିଲା ।  ଏହି ୫ ଟି ଘଟଣା ନ୍ୟାୟପାଳିକା ଇତିହାସରେ କଳାଦାଗ ସୃଷ୍ଟି କରିଥିଲା । ତେବେ ବିଚାରପତି ଯଶୱନ୍ତ ବର୍ମାଙ୍କ  ଭ୍ରଷ୍ଟାଚାର ଘଟଣା  ପୂର୍ବରୁ ଘଟିଥିବା ନ୍ୟାୟପାଳିକା ନିନ୍ଦିତି କ୍ଷତ ଗୁଡିକ ପୁଣି  ମନେପକାଦେଇଛି ।