କନକ ବ୍ୟୁରୋ: ରତ୍ନଭଣ୍ଡାର ରକ୍ଷକ ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ଵାରରେ ହେବ ରୂପା ଛାଉଣୀ । ଖିଲଣ ଓ ପ୍ରଭାରେ ମଧ୍ୟ ରୂପା ଆଚ୍ଛାଦିତ ହେବ । ଅନ୍ୟପଟରେ ୬୨ ଲକ୍ଷ୍ୟରେ ଖର୍ଚ୍ଚରେ ନବକଳେବର ପାଇବ ଶ୍ରୀମନ୍ଦିର ଉପବନ ଫୁଲ ଗୁନ୍ଥାଘର । ଅର୍ପଣ ଚାଉଳ ଖାଲି ହେବା ପରେ ବେହାଲ ହୋଇଥିବା ଉପବନକୁ ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ସେହିପରି ମଦନ ମୋହନ, ଶ୍ରୀଦେବୀ ଭୂଦେବୀ ଙ୍କ ସମେତ ଦୋଳଗୋବିନ୍ଦ ପ୍ରଭୃତି ଠାକୁର ମାନଙ୍କ ୭ଟି ପ୍ରଭାକୁ ରୂପା ଛାଉଣୀ କରାଯିବ । ପତିତପାବନ ମନ୍ଦିର, ଖିଲଣ,ମହାପ୍ରଭୁଙ୍କ ଅଣସର ଖଟ ଆଦି କୁ ମଧ୍ୟ ରୂପା ଛାଉଣୀ କରାଯିବ। ଭଣ୍ଡାର ଘର ଦ୍ବାର ପ୍ରାୟ ୬ ଫୁଟ୍ ଉଚ୍ଚ ଓ ସାଢେ଼ ତିନି ଫୁଟ ପ୍ରସ୍ଥ ହେବ। ଶ୍ରୀମନ୍ଦିର ପ୍ରଶାସନର ଏହି ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଉଛି। ତେବେ ସିଂହଦ୍ୱାର ଭଳି ଅନ୍ୟ ତିନି ଦ୍ଵାର ମଧ୍ୟ ରୂପା ଛାଉଣୀ କରିବାକୁ ଦାବି କରିଛନ୍ତି ସେବାୟତ ।
ଅନ୍ୟପଟରେ ୬୨ ଲକ୍ଷ ଟଙ୍କା ଖର୍ଚ୍ଚରେ ନୂଆ ରୂପ ପାଇବ ଶ୍ରୀମନ୍ଦିର ଉପବନ ଫୁଲ ଗୁନ୍ଥା ଘର । ଅର୍ପଣ ଚାଉଳ ରଖରାଯିବା ଯୋଗୁଁ ଉପବନ ତାର ସୌନ୍ଦର୍ଯ୍ୟ ହରାଇଥିଲା । ହେଲେ, ଏବେ ଅର୍ପଣ ଚାଉଳ କଢ଼ାଯିବା ପରେ ଉପବନର ପୁର୍ନରୁଦ୍ଦ୍ଧାର କରିବାକୁ ନିଷ୍ପତି ହୋଇଛି। ଅନ୍ୟପଟେ ଉପବନର ପୁନରୁଦ୍ଧାର ପରେ ଫୁଲ ଗୁନ୍ଥାକୁ ସ୍ଥାନାନ୍ତର କରି ନୀଳାଦ୍ରି ମ୍ୟୁଜିଅମ୍କୁ ନୂଆ ରୂପ ଦେବାକୁ ଦାବି କରିଛନ୍ତି ସେବାୟତ । ବର୍ତ୍ତମାନ ସରକାର କ୍ଷମତାକୁ ଆସିବା ପରେ ଶ୍ରୀମନ୍ଦିରକୁ ୫୦୦ କୋଟିର କର୍ପସ ଫଣ୍ଡ ଦେଇଥିବା ବେଳେ ଶ୍ରୀମନ୍ଦିରରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି ।