୧୨ ବର୍ଷ ହେଲା ଆସୁଛି ସ୍ୱତନ୍ତ୍ର କୃଷି ବଜେଟ: ପ୍ରତିଥର ବଢୁଛି ପରିମାଣ, କିନ୍ତୁ ଖର୍ଚ୍ଚ କରିପାରୁ ନାହାନ୍ତି ସରକାର

Advertisment

ବର୍ଷ ବର୍ଷ ଧରି କୃଷକଙ୍କ ଆୟକୁ ଦୁଇଗୁଣା କରିବାକୁ ଯୋଜନା ହେଉଛି। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ୍‌ ଆଣୁଛନ୍ତି। ହେଲେ ସେ ଅର୍ଥ ଖର୍ଚ୍ଚ ହୋଇପାରୁନି। ଫଳରେ ଚାଷୀ ଓ ଚାଷ ପ୍ରତି ସରକାରୀ ପ୍ରତାରଣାର ମୁଖା ଖୋଲି ଯାଇଛି ।

ବର୍ଷ ବର୍ଷ ଧରି କୃଷକଙ୍କ ଆୟକୁ ଦୁଇଗୁଣା କରିବାକୁ ଯୋଜନା ହେଉଛି। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ୍‌ ଆଣୁଛନ୍ତି। ହେଲେ ସେ ଅର୍ଥ ଖର୍ଚ୍ଚ ହୋଇପାରୁନି। ଫଳରେ ଚାଷୀ ଓ ଚାଷ ପ୍ରତି ସରକାରୀ ପ୍ରତାରଣାର ମୁଖା ଖୋଲି ଯାଇଛି ।

DCDCD

Photograph: (KANAK NEWS)

କନକ ବ୍ୟୁରୋ: ବର୍ଷ ବର୍ଷ ଧରି କୃଷକଙ୍କ ଆୟକୁ ଦୁଇଗୁଣା କରିବାକୁ ଯୋଜନା ହେଉଛି। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ୍‌ ଆଣୁଛନ୍ତି। ହେଲେ ସେ ଅର୍ଥ ଖର୍ଚ୍ଚ ହୋଇପାରୁନି। ଫଳରେ ଚାଷୀ ଓ ଚାଷ ପ୍ରତି ସରକାରୀ ପ୍ରତାରଣାର ମୁଖା ଖୋଲି ଯାଇଛି ।

ଗଲା ୧୨ ବର୍ଷ ଧରି ରାଜ୍ୟରେ ଆସୁଛି ସ୍ବତନ୍ତ୍ର କୃଷି ବଜେଟ୍‌। ଚାଷୀ ଓ ଚାଷର କଲ୍ୟାଣ ପାଇଁ ଏହି ବଜେଟ୍‌ ଆସୁଛି। କିନ୍ତୁ ବଜେଟ୍‌ର ପୁରା ଅର୍ଥ ଖର୍ଚ୍ଚ ହୋଇପାରୁନି। ନଜର ପକାନ୍ତୁ ୨୦୧୩ -୧୪ ଆର୍ଥିକ ବର୍ଷରୁ ୨୦୨୫-୨୬ ପର୍ଯ୍ୟନ୍ତ ଆର୍ଥିକ ବର୍ଷରେ କୃଷି ବଜେଟକୁ କେତେ ମିଳିଛି ଅନୁଦାନ। 

କୃଷି ବଜେଟ୍ 

ବର୍ଷ                    ଅନୁଦାନ (କୋଟିରେ)
୨୦୧୩-୧୪        ୧, ୮୨, ୩୭୭
୨୦୧୪-୧୫        ୨, ୭୨, ୭୯୮
୨୦୧୫-୧୬        ୧୦, ୯୦, ୩୬୧
୨୦୧୬-୧୭        ୧୩, ୧୮, ୧୮୯
୨୦୧୭-୧୮        ୧୪, ୯୨, ୯୭୪
୨୦୧୮-୧୯        ୧୬, ୭୬, ୪୬୧
୨୦୧୯-୨୦        ୨୦, ୭୧, ୩୮୩
୨୦୨୦-୨୧        ୧୯, ୧୦, ୨୯୯
୨୦୨୧-୨୨        ୧୭, ୦୪, ୨୨୭
୨୦୨୨-୨୩        ୧୯, ୯୮, ୯୭୫
୨୦୨୩-୨୪        ୨୨, ୫୨, ୨୫୫
୨୦୨୪-୨୫        ୩୧, ୫୬, ୨୫୩
୨୦୨୫-୨୬        ୩୫, ୪୮, ୧୦୦

କୃଷି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମରେ ଏହି ଅର୍ଥ ଖର୍ଚ୍ଚ ହୋଇଥାନ୍ତା। ସମବାୟରୁ ଅର୍ଥ ବିଭାଗ ଯାଏଁ ସବୁ ବିଭାଗର ସମନ୍ବୟରେ ଚାଷ ଆଗକୁ ବଢ଼ିଥାନ୍ତା। କିନ୍ତୁ ଏତେ ଅର୍ଥ ଖର୍ଚ୍ଚ ପରେ ବି ଚାଷୀ ଯେଉଁଠି ଯେମିତି ଥିଲା ସେମିତି ରହିଛି। ଏହି ତଥ୍ୟ ସାମନାକୁ ଆସିବା ପରେ ଜୋର ଧରିଛି ରାଜନୈତିକ ବୟାନବାଜି। କେନ୍ଦ୍ର ସରକାରକୁ ଦୋଷ ଠେଲିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ସାହୁ।

ଏଭଳି ସ୍ଥିତିରେ ଚାଷର ଉନ୍ନତି କେମିତି ହେବ ଓ ଚାଷୀର ରୋଜଗାର କେମିତି ବଢ଼ିବ, ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ହୋଇଛି। ସମୀକ୍ଷା ଓ ସମାଲୋଚନା ଆଳରେ ଚାଷ ଉଧେଇ ପାରୁନି। ଚାଷୀ ଆତ୍ମହତ୍ୟା ଭଳି ପ୍ରସଙ୍ଗ ମିଳେଇ ଯାଉଛି। ଉଦାସୀନତା ଓ ପ୍ରତାରଣା ଗୋଟିଏ ସରକାରକୁ ଗାଦିରୁ ବିଦା କରି ସାରିଥିଲା ବେଳେ ନୂଆ ସରକାରଙ୍କ ଆଭିମୁଖ୍ୟ କ’ଣ ହେଉଛି, ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe