କନକ ବ୍ୟୁରୋ:  ସୋମବାର ଯାଏଁ ଗୃହ ମୁଲତବି ।  ଆଜି ବି ଚାଲିପାରୁନି ଗୃହକାର୍ଯ୍ୟ । ଗୃହ ଆରମ୍ଭରୁ ଜର୍ଜ ତିର୍କିଙ୍କ ପରଲୋକ ଉପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ଉପନେତା ଓ କଂଗ୍ରେସ ବିଧାୟକ ଦଳ ନେତା । ଏହାପରେ ପୁଣି ଆରମ୍ଭ ହୋଇଥିଲା ହଟ୍ଟଗୋଳ। ହଙ୍ଗାମା ଭିତରେ ୫ ମିନିଟ୍ ପାଇଁ ମଧ୍ୟ ବିଧାନସଭା ଗୃହ ଚାଲିପାରି ନାହିଁ । ସାର ପ୍ରସଙ୍ଗରେ ପୁଣିଥରେ ବିରୋଧି ହଟ୍ଟଗୋଳ କରିଥିଲେ ।

Advertisment

ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଥିଲେ ବାଚସ୍ପତି । ତେବେ ଉଦ୍ଦେଶ୍ୟମୂଳକ ଭାବେ ଗୃହକୁ ବନ୍ଦ କରାଯାଉଥିବା ପୁଣି ଅଭିଯୋଗ କରିଛି କଂଗ୍ରେସ । ଚାଷୀଙ୍କ ପାଇଁ ଉଭୟ ବିଜେଡି ଏବଂ ବିଜେପି ଦଳ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି ବିଧାୟକ ତାରା ବାହୀନିପତି । ସେପଟେ ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସରକାରଙ୍କର ଆଗ୍ରହ ନାହିଁ ଓ ଆଲୋଚନା କରିବା ପାଇଁ ସରକାର ପଛଘୁଞ୍ଚା ଦେଉଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ। ସେପଟେ ବିଜେଡି ଜାଣିଶୁଣି ଗୃହ ଅଚଳ କରୁଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ।