କନକ ବ୍ୟୁରୋ : ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁର ଗାଁରେ ଗୋଷ୍ଠୀସଂଘର୍ଷ ଘଟି ୪ ରୁ ଅଧିକ ଆହତ ଘଟଣା, ବାଙ୍କୀ ଭଗିପୁର ଗାଁରେ ଗୋଷ୍ଠୀ ସଂଘର୍ଷ ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ ଗ୍ରାମାଞ୍ଚଳ ଏସ୍ପି । ଘଟଣା ସ୍ଥଳରେ ଏବେବି ଉତେଜନା ଲାଗି ରହିଛି । ଫଳରେ କଟକ ବାଙ୍କୀ ରାସ୍ତା ଅବରୋଧ ହୋଇଛି । ବାଙ୍କୀ ଏସଡିପିଓ ବିଜୟ ମହାପାତ୍ର ଓ ବାଙ୍କୀ ଆଇଆଇସି ଦିଲ୍ଲୀପ ମର୍ଦରାଜ ଭୂୟାଁ ମଧ୍ୟ ସେଠାରେ ପଂହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଉତେଜନାକୁ ଦୃଷ୍ଟିରେ ରଖି ଗାଁରେ ଗୋଟେ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ରାତିରେ ସେହି ଗାଁର କିଛି ଅସାମାଜିକ ଯୁବକ ରାସ୍ତାରେ ଯାଉଥିବା ଗାଡି ଉପରକୁ ଟେକା ଫିଙ୍ଗିଥିଲେ । ଯାହାକୁ ନେଇ ଗାଁର ଅନ୍ୟ କିଛି ଯୁବକ ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧରେ ବଚସା ହୋଇଥିଲା । ଏହାକୁ କେନ୍ଦ୍ରକରି ଆଜି ସକାଳେ ମଧ୍ୟ ଦୁଇ ଗୋଷ୍ଠୀ ମଧରେ ଟେକାପଥର ମାଡ଼ ହୋଇଥିଲା । ଏଥିରେ ୪ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/01/11/3uRlGVBUNFRH4y5UyMgp.png)