କନକ ବ୍ୟୁରୋ : ଆଣ୍ଡାମାନ ଛୁଇଁଲା ମୌସୁମୀ । ଆଣ୍ଡାମାନ ସାଗରରେ ପାଦ ଥାପିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ବଙ୍ଗୋପସାଗର,ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ, ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଆସନ୍ତା ମେ ୨୭ ତାରିଖକୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ସେପଟେ ତାତିଠୁ ବଳିଗଲା ଗୁଳୁଗୁଳି । ଭୁବନେଶ୍ବରରେ ଆଦ୍ରତା ୭୧ ଦଶମିକ ୬ ପ୍ରତିଶତ ରେକର୍ଡ ହୋଇଛି । ଫଳରେ ଭୁବନେଶ୍ବରରେ ଗୁଳୁଗୁଳି ଅସହ୍ୟ ହେଲାଣି । ସେହିପରି ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବରରେ ୩୨ ଦଶମିକ ୭ ଡିଗ୍ରି ଟପିଲାଣି ତାପମାତ୍ରା। ଗତକିଛି ଦିନ ହେଲାଣି ପ୍ରବଳ ଖରା ସହ ଗୁଳୁଗୁଳି ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହେଲେଣି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଦିନ ତାପମାତ୍ରା ବଢ଼ିବା ସହ ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି । ୧୬ ତାରିଖ ଯାଏଁ ଅସହ୍ୟ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।
ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ବଙ୍ଗୋପ ସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନ ସାଗର ଆଡକୁ ହେଉଛି ଅଗ୍ରସର
ଆସନ୍ତା ମେ ୨୭ ତାରିଖକୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ସେପଟେ ତାତିଠୁ ବଳିଗଲା ଗୁଳୁଗୁଳି । ଭୁବନେଶ୍ବରରେ ଆଦ୍ରତା ୭୧ ଦଶମିକ ୬ ପ୍ରତିଶତ ରେକର୍ଡ ହୋଇଛି । ଫଳରେ ଭୁବନେଶ୍ବରରେ ଗୁଳୁଗୁଳି ଅସହ୍ୟ ହେଲାଣି ।
/kanak/media/media_files/2025/05/13/5AaWNMFDXmnKFvgpvM2W.jpg)