କନକବ୍ୟୁରୋ: ବୃଦ୍ଧା ମା’ଙ୍କୁ ଘରେ ରଖି ଛାଡ଼ି ପଳାଇଲେ ପରିବାର । ଖାଇବାକୁ ଦେଉନଥିବା ଅଭିଯୋଗ । ଦିଗପହଣ୍ଡି ଡେଙ୍ଗାଓସ୍ତା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବୃଦ୍ଧାଙ୍କ ସ୍ବାମୀ ଶିକ୍ଷକ ଚାକିରି କରିଥିଲେ । ସ୍ବାମୀ ଆରପାରିକୁ ଚାଲିଯିବା ପରେ ବୃଦ୍ଧାଙ୍କୁ ପ୍ରତି ପୁଅ ମାସେ ଲେଖାଏଁ ରଖିବା ପାଇଁ ନିଷ୍ପତି ହୋଇଥିଲା ।

Advertisment

ସବୁ ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ବଡ଼ ପୁଅ ମରିଯିବା ପରେ ବୃଦ୍ଧାଙ୍କୁ ନିର୍ୟାତନା ଆରମ୍ଭ ହୋଇଥିଲା । ବଡ଼ ବୋହୂ ଓ ନାତି ବୃଦ୍ଧାଙ୍କୁ ନିର୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏପରିକି ତାଙ୍କୁ ଖାଇବା ପିଇବାକୁ ଦେଉନଥିଲେ । କାଳେ ବାହାରେ ଅଭିଯୋଗ କରିଦେବେ ସେନେଇ ତାଙ୍କୁ ଘର ବାହାରୁ ତାଲା ମାରି ରଖୁଥିଲେ । ଏବେ ସାନ ପୁଅ ପଡ଼ୋଶିଙ୍କ ସହାୟତାରେ ଛାତ ଉପରୁ ବୃଦ୍ଧାଙ୍କୁ ପଲିଥିନରେ ଖାଇବାକୁ ଦେଇଛନ୍ତି । 
--