ବାପା-ମା’ର ଝଗଡ଼ାରେ ବଳିପଡ଼ିଲା ପୁଅ: ପୁଲିସ ପାଇଁ ବଞ୍ଚିଲା ନାବାଳକର ଜୀବନ

Advertisment

ବାପା-ମା’ଙ୍କ ଭିତରେ ଝଗଡ଼ା। ଏହାର ଆପୋଷ ସମାଧାନ ନକରି ନୀରିହ ପୁଅ ଉପରେ ରାଗ ଶୁଝାଇଛି ବାପା। ରାଗରେ ନିଜ ପୁଅକୁ ରେଳ ଧାରଣାରେ ଶୁଇାଇବା ପରେ ଏହାର ଫଟୋକୁ ସୋସିଆଲ ଭାଇରାଲ କରିଛି। ଆଉ ପୁଲିସର ତତ୍ପରତା ଓ ଉପସ୍ଥିତି ବୁଦ୍ଧି ଯୋଗୁ ନାବାଳକର ଜୀବନ ବଞ୍ଚିଯାଇଛି।

ବାପା-ମା’ଙ୍କ ଭିତରେ ଝଗଡ଼ା। ଏହାର ଆପୋଷ ସମାଧାନ ନକରି ନୀରିହ ପୁଅ ଉପରେ ରାଗ ଶୁଝାଇଛି ବାପା। ରାଗରେ ନିଜ ପୁଅକୁ ରେଳ ଧାରଣାରେ ଶୁଇାଇବା ପରେ ଏହାର ଫଟୋକୁ ସୋସିଆଲ ଭାଇରାଲ କରିଛି। ଆଉ ପୁଲିସର ତତ୍ପରତା ଓ ଉପସ୍ଥିତି ବୁଦ୍ଧି ଯୋଗୁ ନାବାଳକର ଜୀବନ ବଞ୍ଚିଯାଇଛି।

efe

କନକ ବ୍ୟୁରୋ: ବାପା-ମା’ଙ୍କ ଭିତରେ ଝଗଡ଼ା। ଏହାର ଆପୋଷ ସମାଧାନ ନକରି ନୀରିହ ପୁଅ ଉପରେ ରାଗ ଶୁଝାଇଛି ବାପା। ରାଗରେ ନିଜ ପୁଅକୁ ରେଳ ଧାରଣାରେ ଶୁଇାଇବା ପରେ ଏହାର ଫଟୋକୁ ସୋସିଆଲ ଭାଇରାଲ କରିଛି। ଆଉ ପୁଲିସର ତତ୍ପରତା ଓ ଉପସ୍ଥିତି ବୁଦ୍ଧି ଯୋଗୁ ନାବାଳକର ଜୀବନ ବଞ୍ଚିଯାଇଛି। ସେପଠେ ଘଟଣାରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୁଲିସ।

ବଲାଙ୍ଗିରରୁ ଆସିଥିବା ଚିତ୍ର ସମସ୍ତଙ୍କୁ ବିଚଳିତ କରିଛି। କିପରି ନିଜ ପୁଅକୁ ରେଳ ଧାରଣା ଆଗରେ ଶୁଆଇ ଦେଇଛି ବାପା। ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଲା। ଆଉ ଏହାର ରାଗ ପୁଅ ଉପରେ ଶୁଝାଇଛି ବାପା। ସ୍ତ୍ରୀ ସହ ଝଗଡ଼ା ପରେ ନିଜର ୯ ବର୍ଷର ପୁଅକୁ ରେଳ ଧାରଣାରେ ବାନ୍ଧିଦେବା ଭଳି ଅନୁମାନୁଷିକ କାମ କରିଛନ୍ତି। ଫଟୋ ଭାଇରାଲ ହେବା ପୁଅକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୁଲିସ। 

ବଲାଙ୍ଗିର କଂସାରୀପଡ଼ାର ସଚିନ ଦାସ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ ସଚିନ ନିଜ ପୁଅକୁ ଧରି ଘରୁ ବାହାରକୁ ଚାଲିଯାଇଥିଲେ। ପରିବାର ଲୋକେ ଚିନ୍ତାରେ ଥିବା ବେଳେ ଘରର ମୋବାଇଲକୁ ଏକ ଫଟୋ ଆସିଲା। ଫଟୋ ଦେଖି ହତବାକ ହୋଇଯାଇଥିଲେ ସଚିନଙ୍କ ପତ୍ନୀ। ସଚିନ ନିଜ ପୁଅକୁ ରେଳଧାରଣାରେ ବାନ୍ଧି ଦେଇଥିଲେ। ପରିବାର ଲୋକେ ତୁରନ୍ତ ପୁଲିସକୁ ଜଣାଇଥିଲେ। କିଛି ମିନିଟ୍‌ ଭିତରେ ବଲାଙ୍ଗିର ଏସଡିପିଓ ଓ ତାଙ୍କ ଟିମ୍, ଜିଆରପିକୁ ଜଣାଇଥିଲେ। ଯାହା ପରେ ପ୍ରଥମେ ଆଲେପି ଧାନବାଦ ସୁପରଫାଷ୍ଟ ଟ୍ରେନକୁ ଅଟକାଇଥିଲା ରେଳବାଇ ପୁଲିସ। ଟ୍ରେନ୍ ଅଟକିବା ପରେ ସଚିନଙ୍କ ଠାରୁ ପୁଅକୁ ଉଦ୍ଧାର କରିଥିଲା ଜିପିଆର ଓ ପୁଲିସ। 

ପାରିବାରିକ କଳହରେ ନୀରିହ ପୁଅର ଭୁଲ କ’ଣ ଥିଲା?
କାହିଁକି ନିଜ ଜନ୍ମକଲା ପୁଅକୁ ନେଇ ରେଳ ଧାରଣାରେ ଶୁଆଇ ଦେଲା ବାପା?

ଯଦି ରେଳ ଧାରଣାରେ ଟ୍ରେନ୍ ଆସିଥାନ୍ତା, ତାହେଲେ କୌଣସି ଅଘଟଣ ଘଟିବାକୁ ଏଡ଼ାଇ ଯାଇପାରିନଥାନ୍ତା। ସୌଭାଗ୍ୟବଶତଃ, ବଲାଙ୍ଗୀର ପୁଲିସ ଓ ରେଳବାଇ ପୁଲିସର ତତ୍ପରତା ଯୋଗୁଁ ନାବାଳକର ଜୀବନ ବଞ୍ଚି ଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe