ସନ୍ଧାନୀ କୁକୁର ପ୍ରମାଣ ନୁହେଁ ; ନାବାଳିକା ଦୁଷ୍କର୍ମ ମାମଲାରେ ଫାଷ୍ଟଟ୍ରାକ୍ କୋର୍ଟଙ୍କ ରାୟ

Advertisment

ସନ୍ଧାନୀ କୁକୁରକୁ  ନେଇ ହାଇକୋର୍ଟଙ୍କ ବଡ ରାୟ ।  ୨୦୦୩ ନାବାଳିକା ଦୁଷ୍କର୍ମ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ ଫାଷ୍ଟଟ୍ରାକ୍ କୋର୍ଟ । ଡଗ ସ୍କ୍ବାଡ୍ ପ୍ରମାଣ ଭାବେ ଦର୍ଶାଇଥିଲା ପୁଲିସ । ହାଇକୋର୍ଟ କହିଲେ, ସନ୍ଧାନୀ କୁକୁର ତଦନ୍ତର ମାଧ୍ୟମ କି ନୁହେଁ ପ୍ରମାଣ ।

ସନ୍ଧାନୀ କୁକୁରକୁ  ନେଇ ହାଇକୋର୍ଟଙ୍କ ବଡ ରାୟ ।  ୨୦୦୩ ନାବାଳିକା ଦୁଷ୍କର୍ମ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ ଫାଷ୍ଟଟ୍ରାକ୍ କୋର୍ଟ । ଡଗ ସ୍କ୍ବାଡ୍ ପ୍ରମାଣ ଭାବେ ଦର୍ଶାଇଥିଲା ପୁଲିସ । ହାଇକୋର୍ଟ କହିଲେ, ସନ୍ଧାନୀ କୁକୁର ତଦନ୍ତର ମାଧ୍ୟମ କି ନୁହେଁ ପ୍ରମାଣ ।

ଡଗ୍ ସ୍କ୍ବାଡ୍

ଡଗ୍ ସ୍କ୍ବାଡ୍ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇକୋର୍ଟଙ୍କ ରାୟ ଆସିବା ପରେ ଓଡିଶା ପୋଲିସର ଡଗ ସ୍କ୍ବାଡ୍  ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୦୩ ମସିହାରେ ଭୁବନେଶ୍ଵର ଲିଙ୍ଗରାଜ ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଷ୍ଟଟ୍ରାକ୍ କୋର୍ଟ ଦୋଷୀ ଦର୍ଶାଇଥିଲେ । ସନ୍ଧାନୀ କୁକୁରକୁ କୋର୍ଟରେ ପ୍ରମାଣ ଭାବେ ଦର୍ଶାଇଥିଲା ପୁଲିସ । ମୃତଦେହ ପଡ଼ିଥିବା ସ୍ଥାନରୁ ସନ୍ଧାନୀ କୁକୁର ଶୁଙ୍ଘି ଶୁଙ୍ଘି ଜଣଙ୍କ ଦୋକାନ ନିକଟକୁ ଯାଇଥିଲା । ପୁଲିସ ସମ୍ପୃକ୍ତ ଦୋକାନୀକୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା ।  ତେବେ ମାମଲାର ଟ୍ରାଏଲ ବେଳେ 'ସନ୍ଧାନୀ କୁକୁରକୁ ଏଭିଡେନ୍ସ ଭାବେ ବିବେଚନା କରାଯାଇପାରିବ ନାହିଁ' ବୋଲି କୋର୍ଟ ଦର୍ଶାଇବା ପରେ ଅଭିଯୁକ୍ତ ଖଲାସ ହୋଇଥିଲେ ।

ଟ୍ରାଏଲ୍ କୋର୍ଟର ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟକୁ ଯାଇଥିଲେ । ତେବେ ହାଇକୋର୍ଟ ମାମଲାର ବିଚାର କରି କହିଛନ୍ତି, ସନ୍ଧାନୀ କୁକୁର କେବଳ ତଦନ୍ତର ଏକ ମାଧ୍ୟମ ହୋଇପାରେ ।  ଏହାକୁ ପ୍ରମାଣ ଭାବେ ଦର୍ଶା ଯାଇପାରିବ ନାହିଁ ।  ତେବେ ପ୍ରଶ୍ନ ଉଠୁଛି କାହିଁକି ଅଛନ୍ତି ପୁଲିସର ସନ୍ଧାନୀ କୁକୁର ? ସନ୍ଧାନୀ କୁକୁରଙ୍କୁ ଠିକ ଭାବେ ଟ୍ରେନିଂ ଦିଆଯାଉଛି ନା ନାହିଁ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe