ଉଠିଲା କୋକେଇ ପଡୁଛି ଗୋବର ପାଣି : ଶେଷ ନିଦ୍ରାରେ ମହାନାୟକ

Advertisment

ଆଜି ଯେମିତି ସ୍ତବ୍ଧ ପାଲଟିଯାଇଛିୁ ସବୁକିଛି  ,  ସତେ ଯେମିତି ସବୁକିଛି ସରକିଯାଇଛି ଶେଷ ନିଦ୍ରାରେ ଶେଇ ଯାଇଛନ୍ତି ମହାନାୟକ ଆଉ କଣ ବା ଅଛି ସରିଗଲା ତାଙ୍କ ଅଭିନୀତ ସବୁ ଫିଲ୍ଲ ..

ଆଜି ଯେମିତି ସ୍ତବ୍ଧ ପାଲଟିଯାଇଛିୁ ସବୁକିଛି  ,  ସତେ ଯେମିତି ସବୁକିଛି ସରକିଯାଇଛି ଶେଷ ନିଦ୍ରାରେ ଶେଇ ଯାଇଛନ୍ତି ମହାନାୟକ ଆଉ କଣ ବା ଅଛି ସରିଗଲା ତାଙ୍କ ଅଭିନୀତ ସବୁ ଫିଲ୍ଲ ..

trupti

Photograph: (kanaknews)

କନକବ୍ୟୁରୋ : ଆଜି ଯେମିତି ସ୍ତବ୍ଧ ପାଲଟିଯାଇଛିୁ ସବୁକିଛି  ,  ସତେ ଯେମିତି ସବୁକିଛି ସରକିଯାଇଛି ଶେଷ ନିଦ୍ରାରେ ଶେଇ ଯାଇଛନ୍ତି ମହାନାୟକ ଆଉ କଣ ବା ଅଛି ସରିଗଲା ତାଙ୍କ ଅଭିନୀତ ସବୁ ଫିଲ୍ଲ ..  କଣ ଆଉ ସତରେ ସଂରପଂଚ ବାବୁ ଆଉ ଫେରିବେନି , କଣ ସତରେ ସେହି ଦଣ୍ତାବାଳୁଙ୍ଗା ଆଉ ତାଙ୍କ ଅଭିନୟର ଯାଦୁରେ ବାଳୁଙ୍ଗାମି କରିବେନି ... ସତରେ କେଇ କ୍ଷଣ ପରେ ସବୁକିଛି ନିରବି ଗଲା  ନୁହେଁ ଆଉ ତାଙ୍କ ବିୟୋଗ ପରେ ଭଉଣୀ କହିଲେ ଆଉ ଠାକୁର ପୂଜା କରିବିନି ଦୁଖରେ ଭାଙ୍ଗିପଡି ଭାଇ କହିଲେ ହନୁମାନ ଙ୍କୁ ପୂଜା କରିଥିଲେ ହେଲେ ମୋ କଥା ହନୁମାନ ଠାକୁର ଶୁଣିଲେନି  ...

ସତରେ ସେହି ମହାନ ଜନନାୟକ ଙ୍କୁ ହରାଇ ଆଜି ସାରାଦୁନିଆ ସ୍ତବ୍ଧ ହୋଇପଡିଛନ୍ତି ସେହି 67 ବର୍ଷ କଣ ଯିବା ସମୟ କଣ ଆଉ କିଛି କ୍ଷଣ ଅଟକି ଯାଇଥିଲେ ହେଇନଥାନ୍ତା ..  ତାଙ୍କର ଦଣ୍ତାବାଳୁଙ୍ଗା ଫିଲ୍ଲରେ ସେ ତାଙ୍କର ପରିଚୟ ପାଇଥିଲେ ।  ଏଥିସହ ସେ ସେ ସାଲବେଗ, ଜୟଦେବ ଏବଂ ବନ୍ଧୁ ମହାନ୍ତିଙ୍କ ଭୂମିକା ବି ନିଭାଇଥିଲେ । ସେହି ଚରିତ୍ରରେ  ଅଭିନୟ କରି ତାଙ୍କୁ ଦେଖି ଦର୍ଶକ ଙ୍କ ମନ ଜିଣିଥିଲେ  ।  ଓଡିଆ ସିନେମାର ସେ ଏକମାତ୍ର ନାୟକ ଯେ କିମ୍ବଦନ୍ତୀ ଆଧାରିତ ଫିଲ୍ଲ କରିପାରିଥିଲେ । ହେଲେ ଆଉ ନାହାନ୍ତି ସେହି ମହାନ କଳାକାର ..

ତାଙ୍କୁ ଝୁରୁଛନ୍ତି ଗାଁ ମାଟି ଝୁରୁଛି ପଡୋଶୀ ଝୁରୁଛି ସହପାଠୀ , ଏବେ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଓଲିଉଡ଼ ସହ ଜଡିତ ବ୍ୟକ୍ତିବିଶେଷମାନେ ପହଂଚିଥିବାବେଳେ ଏଠାରୁ ଶେଷ ଦର୍ଶନ ପରେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ |  ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି , ଆଉ ଏବେ ଶଶୁରଙ୍କ କୋକେଇ ଉଠିବା ପରେ ବୋହୁ ପୁଅ ସ୍ତ୍ରୀ ପୁରା ଭାଙ୍ଗିପଡିଛନ୍ତି 

ଏଠାରେ କହିରଖୁଛୁ ଯେ ସେ କେବେ ବି ଫିଲ୍ଲ ଦୁନିଆରେ ପାଦ ରଖିବାକୁ ପସନ୍ଦ କରିନଥିଲେ କାରଣ ସେହି ସମୟରେ ଫିଲ୍ଲ ଏତେ ଚାଲୁ ନଥିଲା କିନ୍ତୁ ଅଭିମାନ ଫିଲ୍ଲ ପରେ ସେ ଏହି ଦୁନିଆରେ ପାଦ ରଖିଥିଲେ ଜଣେ ସଫଳ କଳାକାର ହୋଇଥିଲେ 

୧୯୭୭ରେ ଅଭିମାନ ଓ ଦୁଇ ବର୍ଷ ପରେ ୧୯୭୯ରେ ପତିପତ୍ନୀରେ ଅଭିମାନ କରିବା ପରେ ସେ ଆଉ ପଛକୁ ଚାହିଁନଥିଲେ। ଶେଷ ଯାଏଁ ୧୩୦ରୁ ଅଧିକ ଓଡିଆ ଫିଲ୍ମ ସହ ୩୦ଟି ବଙ୍ଗଳା ଫିଲ୍ମରେ ଅଭିନୟ କରି ନିଜ ଅଭିନୟର ଛାପ ଛାଡିଯାଇଛନ୍ତି। ତାଙ୍କର ଶ୍ରେଷ୍ଠ ଅଭିନୟ ପାଇଁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ରାଜ୍ୟ ଚଳଚ୍ଚିତ୍ର ସମ୍ମାନଠାରୁ ଆରମ୍ଭ କରି ଓଡିଶା ଲିଜେଣ୍ଡ ଆୱାର୍ଡ ,ଜୟଦେବ ପୁରସ୍କାର ସହ ଏକାଧିକ ସମ୍ମାନ ପାଇଛନ୍ତି।   ପ୍ରକୃତରେ ୭୦ ଦଶକର ଶେଷ ଆଡକୁ ଉତ୍ତମଙ୍କ ସହ ଫିଲ୍ମ ଜଗତରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା କହିଲେ ଭୁଲ ହେବନି। ପ୍ରଥମ ଫିଲ୍ମରୁ ହିଁ ସେ ପୁରା ବାରିହୋଇପଡୁଥିଲେ। ନିଜର ବଳିଷ୍ଠ ଅଭିନୟ ସହ ସେ ସମସ୍ତଙ୍କ ମନରେ ଘର କରିନେଇଥିଲେ । 
ଏବେ  ଆସନ୍ତୁ ଜାଣିବା କିଛି ତାଙ୍କ ଅଭିନୀତି ଫିଲ୍ଲ ବିଷୟରେ ...

ସେ ଅନେକ ଚଳଚିତ୍ରରେ ଅଭିନୟ କରିଥିଲେ , ସେଥିମଧ୍ୟରୁ ସବୁ ଫିଲ୍ଲ ତାଙ୍କର ସୁପରହିଟ ହୋଇଥିଲା ତୀଙ୍କ ଅଭିନୟର ଯାଦୁରେ ସେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ , ସେଥିମଧ୍ୟରୁ ଜାଣିରଖନ୍ତୁ କିଛି ଫିଲ୍ଲ ବିଷୟରେ ସମ୍ୟକ ସୂଚନା 

କପାଳ ଲିଖନ, ଲକ୍ଷ୍ମଣରେଖା, ଭୀଷ୍ମ ପ୍ରତିଜ୍ଞା, କନ୍ୟାଦାନ, ଦଇବ ଦଉଡ଼ି, ପୁଅ ମୋର କଳା ଠାକୁର, ପରଦେଶୀ ଚଢ଼େଇ, ଚକା ଡୋଳା କରୁଛି ଲୀଳା, ଠାକୁର ଅଛନ୍ତି ଚଉ ବାହାକୁ, ଟୋପାଏ ସିନ୍ଦୁର ଦିଟୋପା ଲୁହ, ଶାସ୍ତି, ଗୋପରେ ବଢୁଛି କଳା କହ୍ନେଇ, ନୂଆ ଭାଉଜ, ଆମ ଘର ଆମ ସଂସାର, ବିଧିର ବିଧାନ, ଅକୁହା କଥା, ବସ୍ତ୍ର ହରଣ, ମା, ନାଗ ପଞ୍ଚମୀ, ଭାଗ୍ୟ ହାତେ ଡୋରି, ପାଚେରୀ ଉଠିଲା ମଝି ଦୁଆରୁ,  ରକତ କହିବ କିଏ କାହାର, ସକଳ ତୀର୍ଥ ତୋ ଚରଣେ, ଲକ୍ଷେ ଶିବ ପୁଜି ପାଇଛି ପୁଅ,  ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୁର, ସହର ଜଳୁଛି,   

ରୁପା ଗାଁର ସୁନା କନିଆ, ମା ପରି କିଏ ହେବ, ବାଜି, ଅଗ୍ନି ପରୀକ୍ଷା, ସମୟ ଖେଳୁଛି ଚକା ଭଉଁରୀ, ସେଇ ଝିଅଟି, ଧର୍ମ ସହିଲେ ହେଲା,  ମୋ କୋଳ ତୋ ଝୁଲଣା, ଓମ ଶାନ୍ତି ଓମ, କି ହେବ ଶୁଆ ପୋଷିଲେ, ସୁନା ଚଢ଼େଇ, ଫୁଲ ଚନ୍ଦନ, ଉଦଣ୍ଡି ସୀତା, ଯୋର ଯାର ମୂଲକ ତାର ଏମିତି ଆହୁରି ଅନେକ ଫିଲ୍ମ .. ୧୩୦ରୁ ଅଧିକ ଓଡ଼ିଆ ସିନେମାରେ ଦେଖାଇଥିଲେ ଯାଦୁ ,  ହିନ୍ଦୀ ଓ ବଙ୍ଗଳାରେ ବି ଦେଖାଇଥିଲେ ପରାକାଷ୍ଠା .....

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe