କନକ ବ୍ୟୁରୋ: ବଜେଟ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି ପ୍ରମୁଖ ବିଭାଗ। ସଚିବ ସ୍ତରୀୟ ବୈଠକରେ ତାଗିଦ ପରେ ବି ଅନେକ ବିଭାଗ ପଛରେ ପଡିଛନ୍ତି । ବଡ ବଡ ବିଭାଗ ହେଲେ ଖର୍ଚ୍ଚରେ ଦୁର୍ବଳ । ଦେଖନ୍ତୁ କେଉଁ ବିଭାଗ କେତେ ଖର୍ଚ୍ଚ କରିଛନ୍ତି । ସବୁଠୁ ପଛରେ କିଏ । ..
ବଜେଟରେ ନବୀନଙ୍କୁ ଟପିଥିଲେ ମୋହନ। ୨୦୨୫-୨୦୨୬ ଆର୍ଥିକ ବର୍ଷ ପାଇଁ ବ୍ୟୟବରାଦ ଥିଲା ୨ ଲକ୍ଷ ୬୬ ହଜାର କୋଟି ଟଙ୍କା। ଆର୍ଥିକ ବର୍ଷ ଅଧା ହେବାକୁ ବସିଲାଣି, ହେଲେ ହାତଖୋଲି ଖର୍ଚ୍ଚ କରିପାରୁନାହାନ୍ତି ବଡ ବଡ ବିଭାଗ । ଯୋଜନା ଓ ସଂଯୋଜନା ବିଭାଗର ଏକ ଚିଠି ଜାରି କରିଛି । ଏହି ଚିଠିରେ ଅନେକ ବିଭାଗ ଆଖିଦୃଶିଆ ଖର୍ଚ୍ଚ କରିନଥିବା ଦର୍ଶାଯାଇଛି । କ୍ରୀଡା ଓ ଯୁବବ୍ୟାପାର ବିଭାଗ, ଶକ୍ତି ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ନୌରାଶ୍ୟଜନକ ରହିଛି । ମହିଳା ଓ ଶିଶୁବିକାଶର ଖର୍ଚ୍ଚ ସନ୍ତୋଷଜକ ଅଛି ।
କେଉଁ ବିଭାଗ କେତେ ଖର୍ଚ୍ଚ କରିଛନ୍ତି?
- ମହିଳା ଓ ଶିଶୁ ବିକାଶ- ୪୯% (ଅଗଷ୍ଟ ୧୦ ସୁଦ୍ଧା)
-ନଗର ଉନ୍ନୟନ ଓ ଗୃହନିର୍ମାଣ-୧୯.୩୯% (ଜୁଲାଇ ୩୧ସୁଦ୍ଧା)
-ବାଣିଜ୍ୟ ଓ ପରିବହନ-୨୩.୬୬% (୭ ଅଗଷ୍ଟ ସୁଦ୍ଧା)
-ଶକ୍ତି ବିଭାଗ-୬.୯୩% (ଅଗଷ୍ଟ ୮ ସୁଦ୍ଧା)
-ଅନୁସୂଚିତ ଜାତି ଓ ଜନଜାତି-୧୩.୦୧% (ଅଗଷ୍ଟ ୧୧ ସୁଦ୍ଧା)
-ଉଚ୍ଚଶିକ୍ଷା ବିଭାଗ - ୧୬.୧୧% (୧୨ ଅଗଷ୍ଟ ସୁଦ୍ଧା)
-କ୍ରୀଡା ଓ ଯୁବବ୍ୟାପାର-୧.୭୬% ଜୁଲାଇ ୩୧ ସୁଦ୍ଧା
-ଗ୍ରାମ୍ୟ ଉନ୍ନୟନ-୨୨.୨୩% (୧୩ ଅଗଷ୍ଟ ସୁଦ୍ଧା)
-ପୂର୍ତ୍ତ-୩୨.୫୩% (୧୨ ଅଗଷ୍ଟ ସୁଦ୍ଧା)
ବଜେଟକୁ ୬ ମାସ ବିତିଲାଣି । କିଛି ବିଭାଗ ଭଲ ପ୍ରଦର୍ଶନ କରିଥିବାବେଳେ ଆଉ କିଛି ବିଭାଗ ସେମିତି ଆଖିଦୃଶିଆ ଖର୍ଚ୍ଚ କରିନାହାନ୍ତି । ବିଶେଷକରି ପ୍ରମୁଖ ବିଭାଗର ଖର୍ଚ୍ଚ ନିରୁତ୍ସାହଜନକ ରହିଛି । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।
ମୁଖ୍ୟମନ୍ତ୍ରୀ ସବୁବିଭାଗକୁ ଖର୍ଚ୍ଚ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାସତ୍ବେ କିଛି ପ୍ରମୁଖ ବିଭାଗ ବଜେଟ ଟଙ୍କା ଏ ଯାଏଁ ଖର୍ଚ୍ଚ କରିପାରିନାହାନ୍ତି ।