କନକ ବ୍ୟୁରୋ: ଚଳିତ ବଜେଟ୍ ହେବ ସାଧାରଣ ଲୋକଙ୍କ ବଜେଟ୍। ବଜେଟର ଆକାର ହେବ ବଡ଼। ପ୍ରାକ-ବଜେଟ୍ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟ୍ ପୂର୍ବରୁ ଲୋକଙ୍କ ମତାମତ ନିଆଯାଉଛି। ଜାନୁଆରୀ ୩୧ ତାରିଖ ସୁଦ୍ଧା ଇ-ମେଲ ଓ ହ୍ବାଟ୍ସଆପ୍ ଜରିଆରେ ପ୍ରସ୍ତାବ ରଖିବେ ସାଧାରଣ ଲୋକ। ସବୁ ବର୍ଗଙ୍କୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯିବ। ଗରିବଙ୍କ ପାଇଁ ଯୋଜନା ଆସିବା ସହ ରାଜସ୍ବ ବୃଦ୍ଧି ହେବ। ଶିଳ୍ପ ଓ ପର୍ୟ୍ୟଟନ କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଚଳିତ ବଜେଟରେ ନିଯୁକ୍ତିକୁ ମଧ୍ୟ ସମାନ ପ୍ରାଧାନ୍ୟ ଦିଆଯାଇଛି। ଚଳିତ ବର୍ଷ ୪୦ହଜାର ପଦବୀ ପୂରଣ କରାଯିବା ସହ ଖୁବଶୀଘ୍ର ୨୦ହଜାର ନିଯୁକ୍ତି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ମୋହନ ମାଝୀ।
ବଡ଼ ହେବ ଚଳିତ ବଜେଟର ଆକାର: ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; କହିଲେ, ଏଥର ବଜେଟ୍ ହେବ ଲୋକଙ୍କ ବଜେଟ୍
ଚଳିତ ବଜେଟ୍ ହେବ ସାଧାରଣ ଲୋକଙ୍କ ବଜେଟ୍। ବଜେଟର ଆକାର ହେବ ବଡ଼ । ପ୍ରାକ-ବଜେଟ୍ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟ୍ ପୂର୍ବରୁ ଲୋକଙ୍କ ମତାମତ ନିଆଯାଉଛି ।
/kanak/media/media_files/2025/01/24/8NmoDExH0OHivAGabgpx.jpg)