କନକ ବ୍ୟୁରୋ : ଲଗାଣ ବର୍ଷା ଓ ବନ୍ୟା ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, "୩୦ ଜିଲ୍ଲାରେ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ରହିଛି । ସମସ୍ତ ଜିଲାପାଳଙ୍କୁ ଆଗୁଆ ସତର୍କ କରାଯାଇଥିଲା । ୬ଟି ଓଡ୍ରାଫ ଓ ୫ ଅଗ୍ନିଶମ ଟିମ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ । ରାସ୍ତାରେ ଜଳ ଚାଲିଥିବାରୁ ପ୍ରଭାବିତ ହୋଇଥିଲା । ବର୍ଷା ସ୍ୱତେ କାହାର ମୃତ୍ୟୁ ହୋଇନାହିଁ । ୮୦ ଟି ଉଦ୍ଧାର ବୋଟ ନିୟୋଜିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ସଚିବ ସହିତ ରାଜ୍ୟ ଅତିରିକ୍ତ ଶାସନ ସଚିବ କଥା ହୋଇଥିଲେ । ବିଏସଏସକୁ ଷ୍ଟାଣ୍ଡ ବାଇ ଥିଲା । ଚପର ମଧ୍ୟ ପ୍ରସ୍ତୁତ ହୋଇଥିଲା ।
ମାଲକାନଗିରି ଜିଲ୍ଲାରେ ୧୭୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ରିଲିଫ ସେଣ୍ଟରେ ସେମାନେ ରହିବେ । ଜଳ ସମ୍ପୂର୍ଣ୍ଣ ଛାଡିବା ଯାଏଁ ସେମାନେ ରହିବେ । ଦୁଇ ଜଣ ବରିଷ୍ଠ ଅଧିକାରୀ ଅଧିକାରୀ ସେଠାରେ ଅଛନ୍ତି । ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିଲ୍ଲା ଓ ବ୍ଲକ ପ୍ରଶାସନ ସହିତ ରାଜ୍ୟ ସରକାର ସମନ୍ୱୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିଛନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଭୁସ୍କଳନ ଯୋଗୁଁ ଜଣେ ଆହତ ହୋଇଛନ୍ତି । ବନ୍ୟା ଓ ବର୍ଷା ଯୋଗୁଁ ଘର ଭାଙ୍ଗିଛି ଫସଲ ନଷ୍ଟ ହୋଇଛି । ସମୀକ୍ଷା ପରେ କ୍ଷତି ପୂରଣ ଯୋଗାଇଦେବେ ରାଜ୍ୟ ସରକାର । ବର୍ଷା ଓ ପାଣି ଛାଡିବା ପରେ ଲୋକଙ୍କ ପାଖରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ବର୍ଷା ଓ ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନ ହେଉଛି । ଏନେଇ ପଦକ୍ଷେପ ନିଆଯିବ ।