କନକ ବ୍ୟୁରୋ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ୨୦୨୩-୨୪ ବର୍ଷର ସଂଶୋଧିତ ଅଟକଳ ସହ ୨୦୨୪-୨୫ ବର୍ଷର ବଜେଟ୍ ମଧ୍ୟ ଅନୁମୋଦନ ହେବ । ଗତ ୧୯ ଜୁନ୍, ୨୫ ଜୁନ୍ ଓ ୫ ଅଗଷ୍ଟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକର ବିବରଣୀ ମଧ୍ୟ ପାଠ କରାଯିବ । ଅର୍ପଣ ଚାଉଳ ନଷ୍ଟ ପ୍ରସଙ୍ଗ , ସମଙ୍ଗ ପାର୍କିଂରେ ଅଚଳ ପଡି ରହିଥିବା ଇ-ବସକୁ କାର୍ଯ୍ୟକ୍ଷମ କରିବା ପ୍ରସଙ୍ଗରେ ଆଲୋଚନା ହେବାର ଅଛି। ଏହାସହ ଆନନ୍ଦ ବଜାରରେ ଶୃଙ୍ଖଳା, ଶ୍ରୀମନ୍ଦିରରେ ନିଯୁକ୍ତି ପାଇଁ ନୂଆ ଗାଇଡ ଲାଇନ ନେଇ ମଧ୍ୟ ଆଲୋଚନା କରାଯିବ। ସେପଟେ କାର୍ଯ୍ୟରତ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ଆଜି ଶେଷ ବୈଠକ ହେବ ।
ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀ ମନ୍ଦିରର ବଜେଟ ଆଗତ କରାଯିବ l ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅର୍ଥ ସବ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଚଳିତ ବର୍ଷର ବଜେଟ ଆଗତ କରାଯାଇଥିଲା l ଚଳିତ ବର୍ଷ ୩୮୬ କୋଟି ଟଙ୍କାର ବଜେଟ୍ ରହିଛି। ଏହାକୁ ଆଜି ପରିଚାଳନା କମିଟିରେ ଅନୁମୋଦନ ଦିଆଯିବ। ତେବେ ଆଗାମୀ ଦିନରେ ଭକ୍ତମାନେ ଯେଭଳି ଗୋଲ୍ଡ ବଣ୍ଡ କିଣି ପାରିବେ ସେ ନେଇ ବ୍ୟବସ୍ଥା ପାଇଁ ଆଜିର ବୈଠକରେ ମଧ୍ୟ ସବିଶେଷ ଆଲୋଚନା ହୋଇପାରେ। ମହାପ୍ରଭୁଙ୍କ ପାଇଁ ନୂଆ ସୁବର୍ଣ୍ଣ ଅଳଙ୍କାର ସେଟ୍ ଗଠନ, ରତ୍ନଭଣ୍ଡାର ମୁଖ୍ୟ ଦ୍ଵାର ରୂପା କରିବା, ପ୍ରତି ଜିଲା ସଦର ମହକୁମାରେ ହୁଣ୍ଡି ସ୍ଥାପନ ସହ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ସ୍ଥାପନ ପ୍ରସଙ୍ଗ ମଧ୍ୟ ଉଠିବାର ସମ୍ଭାବନା ରହିଛି। ରଥଯାତ୍ରାରେ ଆଡପ ପହଣ୍ଡିର ବିଭ୍ରାଟ ଘଟଣାର ୩ ଜଣିଆ ତଦନ୍ତ କମିଟି ରିପୋର୍ଟ ମଧ୍ୟ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ଉପସ୍ଥାପନ କରାଯିବ l
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/4tb1GHrT1J0uHy3lytF7.jpg)