ସିଏଜି ରିପୋର୍ଟରେ ସାଙ୍ଘାତିକ ସତ, ବାବୁଙ୍କ ଜିଦରୁ ଭାସୁଛି ଭୁବନେଶ୍ୱର । ଇସ୍କନ ସମ୍ମୁଖ ଜଳବନ୍ଦୀ ସମସ୍ୟା ଦୂର କରିବାରେ କିଏ ସାଜିଛି ବାଧକ ।

III

କନକ ବ୍ୟୁରୋ: ଅସରାଏ ବର୍ଷାରେ ବେହାଲ ରାଜଧାନୀ । ଯୁଆଡ଼େ ଦେଖିବ ପାଣି ଆଉ ପାଣି । ତେବେ ସିଏଜିଙ୍କ ତଥ୍ୟ ପୂର୍ବ ସରକାରଙ୍କ ମିଛ ଧରା ପକାଇଦେଇଛି । ଜଳବନ୍ଦୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ, କୌଣସି ମାଷ୍ଟର ପ୍ଲାନ କରାଯାଇନଥିଲା । ଆଉ ଯାହା ଜଣା ପଡ଼ିଛି ବାବୁଙ୍କ ଜିଦ୍‌ ଯୋଗୁ ଆଜି ଭାସୁଛି ଭୁବନେଶ୍ୱର ।

ଅସରାଏ ବର୍ଷା ହେଲେ ଭାସୁଛି ଭୁବନେଶ୍ୱର । ଇସ୍କନ ମନ୍ଦିର ସାମ୍ନାରେ ଜଳବନ୍ଦୀ ସମସ୍ୟା ଦେଖାଦେଉଛି । ବର୍ଷା ହେଲେ ରାସ୍ତା ବନ୍ଦ, ଗାଡ଼ି ମଟର ଭାସୁଛି । ହେଲେ ସମସ୍ୟା ସାମାଧାନ ନକରି କେବଳ ଦୋଷ ଲଦାଲଦି ହେଉଛନ୍ତି ପୂର୍ତ୍ତ ବିଭାଗ ଓ ଏନ୍‌ଏଚ୍‌ଏଆଇ । ସମାଧାନରେ କିଏ ସାଜିଛି ବାଧକ, ସତ ଧରାଇଦେଲା ସିଏଜି ରିପୋର୍ଟ ।

ଜଳବନ୍ଦୀ ସମସ୍ୟା ଦୂର କରିବାକୁ ୨୦୨୨ ମାର୍ଚ୍ଚ ମାସରେ ରାଜ୍ୟ ପୂର୍ତ୍ତ ବିଭାଗକୁ ଏହି କାମ ପାଇଁ ଅନୁରୋଧ କରିଥିଲା ଏନ୍‌ଏଚଏଆଇ
ତାପରେ ଇସ୍କନଠାରୁ ଜୟଦେବ ବିହାର ଡ୍ରେନ ପର୍ଯ୍ୟନ୍ତ ୧.୨ ମିଟର ବ୍ୟାସ ବିଶିଷ୍ଟ ହୁମ୍‌ ପାଇପ୍‌ ଲାଇନ୍‌ ବିଛାଇବାକୁ ପୂର୍ତ୍ତ ବିଭାଗ କାର୍ଯ୍ୟାଦେଶ ଦେଇଥିଲେ
୨୦୨୨ ଜୁନରେ ୪.୧୪ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ଜୁଲାଇ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ଥିଲା
ମୁଖ୍ୟ ରାସ୍ତାର ଅତି ନିକଟରେ ଭାରି ଯନ୍ତ୍ରପାତି ବ୍ୟବହାର କରି ଗଭୀର ଗାତ ଖୋଳିଲେ ଫ୍ଲାଏ ଓଭର ପ୍ରତି ବିପଦ ସୃଷ୍ଟି ହେବ ବୋଲି କହିଥିଲା ଏନ୍‌ଏଚ୍‌ଏଆଇ 
ତେଣୁ ଡ୍ରେନ୍‌ କାମର ଆବଶ୍ୟକ ଡ୍ରଇଂ ଦାଖଲ କରିବାକୁ କୁହାଗଲା ହେଲେ ଡ୍ରଇଂ ଦାଖଲ କରିବା ପରିବର୍ତ୍ତେ, କାମ ବନ୍ଦ କରି ଦେଲେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ

ଦୁଇ ବିଭାଗର ଆରୋପ ପ୍ରତ୍ୟାରୋପ ଯୋଗୁ କାମ ଠପ୍‌ । ସେବେଠୁ ଇସ୍କନ ଅଂଚଳ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ବାରମ୍ୱାର ଉଭୟ ବିଭାଗକୁ ନେଇ ବୈଠକ ବସିଛି ହେଲେ ନିଷ୍କର୍ସ ଶୂନ୍‌ । ଦୁଇ ବିଭାଗର ବାବୁଙ୍କ ଇଗୋ ଯୋଗୁଁ  ଜଳବନ୍ଦୀ ଭୁବନେଶ୍ୱର । ସିଏଜି ରିପୋର୍ଟ ସତ ସାମ୍ନାକୁ ଆସିବା ପରେ ଏବେ ଅପେକ୍ଷା ନୂଆ ସରକାର ଏ ସମସ୍ୟାର ସମାଧାନ କେବେ କରିବେ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe