କନକ ବ୍ୟୁରୋ: ସମ୍ବଲପୁରରେ ଶେଷ ହୋଇଛି ଦେବ ଦମ୍ପତିଙ୍କ ବିବାହ । ଧୁମଧାମ୍ରେ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି । ବାପ ଘରୁ ବିଦାୟ ନେଇଛନ୍ତି ମା ପାର୍ବତୀ । ମହାଦେବ ବର ବେଶରେ ସଜେଇ ହୋଇଥିବା ବେଳେ ଦେବୀ ପାର୍ବତୀ ସୁନା ଅଳଙ୍କାର ପିନ୍ଧି ନବବଧୂ ବେଶରେ ସଜେଇ ହୋଇଛନ୍ତି । ଦେବ ଦେବ ମହାଦେବଙ୍କ ସାଥିରେ ଦୁଇଟି ବିମାନରେ ବାହାରି ନଗର ପରିକ୍ରମା କରୁଛନ୍ତି ଦେବ ଦମ୍ପତି । ଆଜି ଅପରାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ ଦେବଦମ୍ପତି ।
ସମ୍ବଲପୁର ଝାଡୁଆପଡା ପୂଜା କମିଟିରେ ଦେବୀ ପାର୍ବତୀଙ୍କ ବିଦାୟୀ ପର୍ବ ନିଆରା ଢଙ୍ଗରେ ଆୟୋଜିତ ହୋଇଛି । ମହାଦେବଙ୍କ ବିମାନକୁ ପୁରୁଷମାନେ କାନ୍ଧରେ ବୋହିକି ନେଉଥିବା ବେଳେ ପାର୍ବତୀଙ୍କ ବିମାନକୁ ମହିଳାମାନେ ନେବାର ପରମ୍ପରା ରହିଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମହାଦେବଙ୍କ ବିମାନକୁ କାନ୍ଧରେ ବୋହି ନେଉଥିବା ଦେଖିବାକୁ ମିଳିଛି । ସେହିପରି ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେବା ସହ ଭକ୍ତମାନଙ୍କ ଗହଣରେ ମହାଆଳତୀ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।