ଅଧାରେ ଅଟକିଛି ପୋଖରୀ ପୁନଃରୁଦ୍ଧାର କାମ: ମୁକ୍ତା ଯୋଜନା ଟଙ୍କା ଫେରିଯିବା ପରେ କାମ କଲେ ନାହିଁ ଏସଏଚଜି ସଦସ୍ୟା

Advertisment

ଅଧାରେ ଅଟକିଛି ପାଖରି କାମ । ଫଳରେ ବିବାହ ବ୍ରତ ଆଦି ମାଙ୍ଗଳିକ କାମରେ ବ୍ୟବହୃତ ହେଉଥିବା ପୋଖରି ଏବେ ଆଉ ଲୋକଙ୍କ କାମରେ ଆସୁନି । ଯାହାକୁ ନେଉ ଲୋକଙ୍କ ମନରେ ବଢିବାରେ ଲାଗିଛି ଅସନ୍ତୋଷ ।

ଅଧାରେ ଅଟକିଛି ପାଖରି କାମ । ଫଳରେ ବିବାହ ବ୍ରତ ଆଦି ମାଙ୍ଗଳିକ କାମରେ ବ୍ୟବହୃତ ହେଉଥିବା ପୋଖରି ଏବେ ଆଉ ଲୋକଙ୍କ କାମରେ ଆସୁନି । ଯାହାକୁ ନେଉ ଲୋକଙ୍କ ମନରେ ବଢିବାରେ ଲାଗିଛି ଅସନ୍ତୋଷ ।

wdwd

କନକ ବ୍ୟୁରୋ: ଅଧାରେ ଅଟକିଛି ପାଖରି କାମ । ଫଳରେ ବିବାହ ବ୍ରତ ଆଦି ମାଙ୍ଗଳିକ କାମରେ ବ୍ୟବହୃତ ହେଉଥିବା ପୋଖରି ଏବେ ଆଉ ଲୋକଙ୍କ କାମରେ ଆସୁନି । ଯାହାକୁ ନେଉ ଲୋକଙ୍କ ମନରେ ବଢିବାରେ ଲାଗିଛି ଅସନ୍ତୋଷ । ଏହି ପରି ଘତଣା ଏବେ ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ ।

ବ୍ରହ୍ମପୁର ସହରରେ ପୋତି ହୋଇଯାଇଛି ଅନେକ ପୋଖରୀ। କିଛି ପୋଖରୀ ଲୋକଙ୍କ କାମରେ ଲାଗୁଛି। ସହର ତଳି ଅଂଚଳର ଲୋକମାନେ ଗାଧୁଆ ପାଧୁଆ କରିବା ସହ ବିବାହ ଓ ବ୍ରତ ସମୟରେ ପୋଖରୀକୁ ବ୍ୟବହାର କରିଥାନ୍ତି। ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ଗତବର୍ଷ ୨୦ରୁ ଅଧିକ ପୋଖରୀର ପୁନଃରୁଦ୍ଧାର କାମ ଆରମ୍ଭ କରିଥିଲେ ପୂର୍ବତନ ସରକାର। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୋଖରୀରୁ ପଙ୍କ ଓ ଦଳ କଢ଼ା ଦାୟିତ୍ୱ ଦିଆଯାଇଥିଲା। ସରକାର ବଦଳିବା ପରେ କାମ ଅଟକି ଯାଇଛି।

ପୋଖରୀ ପୁନଃରୁଦ୍ଧାର ଓ ଉନ୍ନତୀକରଣ ପାଇଁ ମୁକ୍ତା ଯୋଜନା ଆର୍ଥିକ ଅନୁଦାନ ଯୋଗାଇ ଦେଉଥିଲେ ପୂର୍ବ ସରକାର। ଜଳାଶୟରୁ ପଙ୍କ ଉଦ୍ଧାର, ମରାମତି ଓ ଦଳ ବାହାର କରି ସୌନ୍ଦର୍ଯ୍ୟକରଣ କରିବାକୁ କୁହାଯାଇଥିଲା। ହେଲେ ସରକାର ବଦଳିବା ପରେ କାମ କରିଥିବା ଗୋଷ୍ଠୀଙ୍କୁ ସେମାନଙ୍କ ପାଉଣା ମିଳିନାହିଁ। ତେଣୁ ସେମାନେ କାମ ଅଧାରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି।

ସେପଟେ ବ୍ରହ୍ମପୁର ମେୟର କହିଛନ୍ତି, ବର୍ତ୍ତମାନର ସରକାର ହଠାତ୍ ମୁକ୍ତା ଯୋଜନା ଟଙ୍କା ଫେରାଇ ନେବା ସହ ସେଥିରେ ନିୟୋଜିତ କର୍ମଚାରୀଙ୍କୁ ବାହାର କରିଦେବାରୁ ପୋଖରୀ କାମ ସମ୍ପୂର୍ଣ ହୋଇପାରିନାହିଁ । ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ବର୍ତ୍ତମାନର ସରକାର ତୁରନ୍ତ ପୋଖରୀ ପୁନଃରୁଦ୍ଧାର କାମ କରିବା ଜରୁରୀ ହୋଇପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe