କନକ ବ୍ୟୁରୋ : କାହିଁ କେଉଁ କାଳରୁ ଏଭଳି ପୂଜାର୍ଚ୍ଚନା କରି ଆସୁଛନ୍ତି ଧରାକୋଟ ବ୍ଲକର ମୁଣ୍ଡ ମରାଇ ଗ୍ରାମବାସୀ । ଗାଁରେ ରହିଛି ୩ଟି ଶକ୍ତିପୀଠ । ମା' ଠାକୁରାଣୀ, ମା' କୋଠାରି ଓ ହାଟସାହିର ଗ୍ରାମ ଦେବତି । ୩ଟି ଯାକ ପୀଠରେ ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଦିନ ତମାମ୍ ଚଣ୍ଡିପାଠ ପରେ ମଧ୍ୟ ରାତ୍ରରେ ନାନା ପ୍ରକାରର ଆମିଷ ଭୋଗ ହୁଏ ।
ସାବେଳା, ଚିଙ୍ଗୁଡ଼ି, ଖଇଙ୍ଗା ଆଦି ଶୁଖୁଆରେ ବ୍ୟଞ୍ଜନ ପ୍ରସ୍ତୁତ କରି ମାଆଙ୍କ ପାଖରେ ଭୋଗ ଲାଗି ହୁଏ । ବିଭିନ୍ନ ପ୍ରକାର ମାଛ ଭୋଗ ମଧ୍ୟ କରାଯାଏ । ସନ୍ଧ୍ୟାରେ ତନ୍ତ୍ର ପୂଜା ଓ ଷୋଡ଼ଶ ଉପଚାର ପରେ ସନ୍ଧ୍ୟା ଆଳତି ହୁଏ । ଏହାପରେ ଆମିଷ ଭୋଗ ଲାଗି କରାଯାଉଛି। ପାର୍ବଣ ପାଇଁ ଶକ୍ତିପୀଠକୁ ଆଲୋକମାଳାରେ ସଜେଇ ଦିଆଯାଇଛି ।
ପିଢି ପରେ ପିଢି ପରମ୍ପରାକୁ ବଜାୟ ରଖିଛନ୍ତି ମୁଣ୍ଡମରାଇ ଗ୍ରାମବାସୀ । ରାତ୍ରରେ ମାଆଙ୍କ ପୁଜା ପାଠ ଦେଖିବା ସହ ଆମିଷ ଭୋଗ ଖାଇବା ପାଇଁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ ।