ସରକାରଙ୍କ କଟକଣାକୁ ମାନିଲେନି ସେବାୟତ : ରଥ ଉପରେ ସେବାୟତଙ୍କ ହାତରେ ମାଳମାଳ ମୋବାଇଲ

ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇଦେଲେ ସେବାୟତ

MOBILE KATAKANAN

Photograph: (KANAKNEWS)

କନକବ୍ୟୁରୋ : ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇଦେଲେ ସେବାୟତ ।  ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କ ବାରମ୍ବାର ଚେତାବନୀ ସତ୍ତ୍ବେ ରଥ ଉପରେ ମୋବାଇଲ ଦେଖିବାକୁ ମିଳିଛି ।  ଆଜି ଏକାଧିକ ସେବାୟତ ରଥ ଉପରେ, ଅଣ୍ଟାରେ ମୋବାଇଲ ଖୋସିଥିବା କ୍ୟାମେରାରେ କଏଦ୍ ହୋଇଛି ।  

ରଥ ଉପରକୁ ମୋବାଇଲ ନେବା ଏବଂ ଫଟୋ, ଭିଡିଓ କରିବା ବାରଣ କରିଛି ଶ୍ରୀମନ୍ଦିର ପ୍ରଶାସନ ।  ଏପରିକି ରଥକୁ ମୋବାଇଲ ନେଲେ ଗିରଫ କରାଯିବ ଏବଂ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଖୋଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଥିଲେ । କିନ୍ତୁ ସବୁ କଟକଣା, ନିର୍ଦ୍ଦେଶ ଓ ବାରଣକୁ ମାନିନାହାନ୍ତି ସେବାୟତ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe