କନକବ୍ୟୁରୋ : ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇଦେଲେ ସେବାୟତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କ ବାରମ୍ବାର ଚେତାବନୀ ସତ୍ତ୍ବେ ରଥ ଉପରେ ମୋବାଇଲ ଦେଖିବାକୁ ମିଳିଛି । ଆଜି ଏକାଧିକ ସେବାୟତ ରଥ ଉପରେ, ଅଣ୍ଟାରେ ମୋବାଇଲ ଖୋସିଥିବା କ୍ୟାମେରାରେ କଏଦ୍ ହୋଇଛି ।
ରଥ ଉପରକୁ ମୋବାଇଲ ନେବା ଏବଂ ଫଟୋ, ଭିଡିଓ କରିବା ବାରଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏପରିକି ରଥକୁ ମୋବାଇଲ ନେଲେ ଗିରଫ କରାଯିବ ଏବଂ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଖୋଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଥିଲେ । କିନ୍ତୁ ସବୁ କଟକଣା, ନିର୍ଦ୍ଦେଶ ଓ ବାରଣକୁ ମାନିନାହାନ୍ତି ସେବାୟତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/27/mobile-katakanan-2025-06-27-20-22-17.jpg)