କନକ ବ୍ୟୁରୋ: ଆଜି କଟକ ରେଳ ଷ୍ଟେସନ୍ର ଦ୍ବିତୀୟ ପ୍ରବେଶ ଦ୍ବାରର ହେବ ଲୋକାର୍ପଣ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାର ଲୋକାର୍ପଣ କରିବେ। ରେଳ ଷ୍ଟେସନରେ ବିମାନବନ୍ଦରର ଭ୍ରମ ସୃଷ୍ଟି ହେଉଛି। ଏୟାରପୋର୍ଟ ପରି ଲାଗୁଛି ରେଳ ଷ୍ଟେସନ୍। ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ରେଳଷ୍ଟେନ୍ ସଂଯୋଗ କରିଛି ।
ଦ୍ବିତୀୟ ପ୍ରବେଶ ଦ୍ବାରରେ ଟିକେଟ୍ କାଉଣ୍ଟର ସହ ସଂପୂର୍ଣ୍ଣ ବାଧ୍ୟତାମୂଳକ ଭବନ ପରିସର, ଓଏସ୍ଓପି ଷ୍ଟଲ ଓ ଅତ୍ୟାଧୁନିକ ଫୁଡ୍ କୋର୍ଟ ରହିଛି। ପ୍ରଶସ୍ତ ପାର୍କିଂ ସୁବିଧା ସହ ଉପଯୁକ୍ତ ଭାବେ ପ୍ଲାନ୍ କରାଯାଇଥିବା ଅଞ୍ଚଳ ରହିଛି। ଯାତ୍ରୀମାନଙ୍କ ସୁଗମ ଯାତାୟତ ପାଇଁ ଏସ୍କାଲେଟର, ଶିଡ଼ି, ଲିଫ୍ଟ କରାଯାଇଛି । ଯାତ୍ରୀମାନଙ୍କ ଆରାମ ପାଇଁ ପ୍ରଶସନ୍ତ ପ୍ରତିକ୍ଷା ସ୍ଥଳର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ବାଲେଶ୍ବର ରେଳ ଷ୍ଟେସନ୍ରେ ଫୁଟ୍ ଓଭରବ୍ରିଜ୍ର ମଧ୍ୟ ଲୋକାର୍ପଣ ହେବ । ରେଲୱେ ଟ୍ରାକ୍ ପାରି ହେବା ପାଇଁ ନିରାପଦ ଓ ସୁବିଧାଜନକ ବ୍ୟବସ୍ଥା ହୋଇଛି । ଏହି ଓଭରବ୍ରିଜ୍ ପ୍ଲାଟ୍ ଫର୍ମ ୧, ୨, ୩ ଓ ୪କୁ ସଂଯୋଗ କରିବେ ।