କନକ ବ୍ୟୁରୋ : ପୁଣି କୂଳ ଲଂଘୁଛି ସମୁଦ୍ର । ଜଗତସିଂହପୁର ଜିଲ୍ଲା ରାମତରାଠାରେ କୂଳ ଲଂଘୁଛି ସମୁଦ୍ର । ଗତ ଦୁଇଦିନ ହେଲା ପୂର୍ଣ୍ଣିମା ଦିନ ଠାରୁ ବଡ଼ ବଡ଼ ଉଚ୍ଚ ଜୁଆର ଆସିବା ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ନିକଟବର୍ତ୍ତି ଗାଁ ରାମତରା, ପଦ୍ମପୁର ଗାଁର ଶତାଧିକ ଲୋକ ଆତଙ୍କିତ ଅଛନ୍ତି । ଗାଁ ମଧ୍ୟକୁ ଅମୁଦ୍ର ପାଣି ପ୍ରବେଶ କରୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସମୁଦ୍ର ବେଳାଭୂମିରେ ଥିବା ଝାଉଁଗଛ ଗୁଡିକ ମଧ୍ୟ ସମୁଦ୍ର ଲୀନ ହେଲାଣି । ଏଭଳି ସ୍ଥିତିରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।