କନକବ୍ୟୁରୋ : ପୁରୀ ସମୁଦ୍ର ପାଲଟୁଛି ମରଣଯନ୍ତା। ରିପ୍‌ କରେଣ୍ଟ ନେଉଛି ଜୀବନ। ରବିବାର ହାଇଦ୍ରାବାଦର ଜଣେ ପର୍ଯ୍ୟଟକଙ୍କୁ ରିପ୍‌ କରେଣ୍ଟ ଗଭୀର ସମୁଦ୍ରକୁ ଟାଣି ନେଇଥିଲା ।  ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।  ତେବେ ବେଳାଭୂମିରେ ଥିବା ଲାଇଫ୍‌  ଗାର୍ଡମାନେ ଏହି କରେଣ୍ଟର ଆଭାସ ପାଇବା ମାତ୍ରେ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ବାରଣ କରୁଛନ୍ତି ।   କିନ୍ତୁ ଅଧିକାଂଶ ପର୍ଯ୍ୟଟକ କଥା ନମାନି ସମୁଦ୍ର ଭିତରକୁ ଯାଉଥିବାରୁ ଏଭଳି ଅଘଟଣ ଘଟୁଛି ।   ସେପଟେ ଅଧିକ ସଂଖ୍ୟକ ଲାଇଫ୍‌ ଗାର୍ଡ ଓ ଲାଇଫ୍‌ ସେଭିଂ ଉପକରଣର ଆବଶ୍ୟକତା ରହିଛି  ।  

Advertisment

ଚଳିତ ବର୍ଷ ପୁରୀ ସମୁଦ୍ରରେ ସ୍ନାନ ବେଳେ ଅସାବଧାନତା ଯୋଗୁଁ ୬ ଜଣଙ୍କ ଜୀବନ ଗଲାଣି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସମୁଦ୍ରରୁ ଉଦ୍ଧାର ହେଉଥିବା ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି  ।   ୨୦୨୨ରେ ୨ଶହ, ୨୦୨୩ରେ ୩୦୧ ଜଣଙ୍କୁ ଓ ୨୦୨୪ରେ ସର୍ବାଧିକ ୪୧୬ଜଣ ପର୍ଯ୍ୟଟକ ସମୁଦ୍ରରୁ ଉଦ୍ଧାର ହୋଇଛନ୍ତି  ।  ପୁରୀ ବେଳାଭୂମି ପାଇଁ ଦକ୍ଷ ଲାଇଫ୍‌ ଗାର୍ଡ ସହ ଅତ୍ୟାଧୁନିକ ସରଞ୍ଜାମ ଆବଶ୍ୟକ। ଗୋଆରେ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ୫୧ ପ୍ରକାରର ସରଞ୍ଜାମ ବ୍ୟବହାର ହେଉଥିବା ବେଳେ ପୁରୀରେ  ଷ୍ଟ୍ରେଚର୍‌, ଅକ୍ସିଜେନ୍‌ ସିଲିଣ୍ଡର୍‌, ମେଗା ଫୋନ୍‌ ଏବଂ ୱେୟାର୍‌ ଲେସ୍ ପ୍ରଶାସନ ଭରଣା କରିପାରୁନାହିଁ।