ସାମ୍ନାକୁ ଆସିଲା ପଳାଶୁଣୀ ଦୁର୍ଘଟଣାବେଳର ଦୃଶ୍ୟ । ପ୍ରଥମେ ବାଇକ ଧକ୍କା ପରେ ଚଢିଗଲା ଟ୍ରକ

Advertisment

ପଳାଶୁଣୀ ଛକରେ ଦୁର୍ଘଟଣାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ। ସାମ୍ନାକୁ ଆସିଲା ଦୁର୍ଘଟଣାବେଳର ଛାତିଥରା ଦୃଶ୍ୟ। ପରିବା କିଣି ରାସ୍ତା ପାର ହେଉଥିବାବେଳେ, ପ୍ରଥମେ ଏକ ବାଇକ୍‌ ଦେଇଥିଲା ଧକ୍କା, ପରେ ବୃଦ୍ଧାଙ୍କ ଉପରେ ଚଢିଯାଇଥିଲା ଟ୍ରକ୍‌।

ପଳାଶୁଣୀ ଛକରେ ଦୁର୍ଘଟଣାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ। ସାମ୍ନାକୁ ଆସିଲା ଦୁର୍ଘଟଣାବେଳର ଛାତିଥରା ଦୃଶ୍ୟ। ପରିବା କିଣି ରାସ୍ତା ପାର ହେଉଥିବାବେଳେ, ପ୍ରଥମେ ଏକ ବାଇକ୍‌ ଦେଇଥିଲା ଧକ୍କା, ପରେ ବୃଦ୍ଧାଙ୍କ ଉପରେ ଚଢିଯାଇଥିଲା ଟ୍ରକ୍‌।

acc

କନକବ୍ୟୁରୋ : ପଳାଶୁଣୀ ଛକରେ ଦୁର୍ଘଟଣାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ। ସାମ୍ନାକୁ ଆସିଲା ଦୁର୍ଘଟଣାବେଳର ଛାତିଥରା ଦୃଶ୍ୟ। ପରିବା କିଣି ରାସ୍ତା ପାର ହେଉଥିବାବେଳେ, ପ୍ରଥମେ ଏକ ବାଇକ୍‌ ଦେଇଥିଲା ଧକ୍କା, ପରେ ବୃଦ୍ଧାଙ୍କ ଉପରେ ଚଢିଯାଇଥିଲା ଟ୍ରକ୍‌ । ଏ ଛାତିଥର ଦୃଶ୍ୟ ଦେଖିଲେ ରାସ୍ତା ପାରି ହେବାକୁ ଡର ଲାଗିବ ।

ପଳାଶୁଣୀ ଛକରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାବେଳେ କାହିଁକି ଫୁଟ୍ ଓଭର ବ୍ରିଜ୍ କରାଯାଉନାହିଁ ଏ ନେଇ ପ୍ରଶ୍ନ ଉଠିଛି। ଆଜି ସକାଳୁ ଏହି ଦୁର୍ଘଟଣା ପରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା  । ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ପଳାଶୁଣି ରାସ୍ତାରେ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା ।

ପଳାଶୁଣୀ ଛକରେ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି। ଛୋଟ ବଡ଼ ଦୁର୍ଘଟଣାରେ ନଷ୍ଟ ହେଉଛି ଅନେକ ଧନଜୀବନ। ଦୁର୍ଘଟଣା ରୋକିବାକୁ ଏଠାରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକ ଦୀର୍ଘବର୍ଷ ଧରି ଦାବି କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଫୁଟ୍ ଓଭରବ୍ରିଜ୍ ହୋଇପାରିନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe