କନକ ବ୍ୟୁରୋ: ବଢିଲା ସାଂସଦଙ୍କ ଦରମା । ୨୪ ହଜାର ବଢିଲା ସାଂସଦଙ୍କ ଦରମା । ମାସିକ ଦରମା ୧ ଲକ୍ଷରୁ ବୃଦ୍ଧି ହୋଇ ଦରମା ୧ ଲକ୍ଷ ୨୪ ହଜାର କରାଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ସଂସଦୀୟ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ଦରମା ଗତ ଏପ୍ରିଲ ୨୦୨୩ ତାରିଖଠୁ ଲାଗୁ କରାଯିବ। ଏଥିସହ ଦୈନିକ ଭତ୍ତା ୨ ହଜାର ଟଙ୍କାରୁ ଅଢେଇ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସେହିପରି ପୂର୍ବତନ ସାଂସଦ ମାନଙ୍କ ପ୍ରଦାନ କରାଯାଉଥିବା ପେନ୍ସନ ମଧ୍ୟ ବୃଦ୍ଧି ହୋଇଛି । ପୂର୍ବତନ ସାଂସଦଙ୍କ ପେନ୍ସନ ମାସିକ ୨୫ ହଜାର ଟଙ୍କାରୁ ୩୧ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ବାର୍ଷିକ ଅତିରିକ୍ତ ପେନ୍ସନ ୨ ହଜାରରୁ ଅଢେଇ ହଜାରକୁ ବୃଦ୍ଧି କରାଯାଇଛି । ଚାଲିଥିବା ବଜେଟ ଅଧିବସେନରେ ଦରମା, ଭତ୍ତା, ପେନ୍ସନ ବୃଦ୍ଧି କରାଯାଇଛି । ପୂର୍ବରୁ ୨୦୧୮ ମସିହାରେ ସାଂସଦଙ୍କ ଦରମା ୭୦ ହଜାର ଟଙ୍କାରୁ ବୃଦ୍ଧି ହୋଇ ଏକ ଲକ୍ଷ ହୋଇଥିଲା। ତେବେ ଏହାଛଡା ସାଂସଦମାନଙ୍କୁ ସଂସଦ ଅଧିବେସନ ସମୟରେ ମାସିକ ୬୦ ହଜାର ଅଫିସ୍ ଭତ୍ତା ସହ ଦୈନିକ ୨ ହଜାର ଟଙ୍କା ମିଳିଥାଏ।
ବଢିଲା ସାଂସଦଙ୍କ ଦରମା
-୨୪ ହଜାର ବଢିଲା ସାଂସଦଙ୍କ ଦରମା।
-ମାସିକ ଦରମା ୧ ଲକ୍ଷରୁ ବୃଦ୍ଧି ହୋଇ ୧ ଲକ୍ଷ ୨୪ ହଜାର ହୋଇଛି
-ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ କ୍ଷେତ୍ରରେ ଏହା ଲାଗୁ ହେବ
-ସଂସଦୀୟ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି
-ବର୍ଦ୍ଧିତ ଦରମା ଗତ ଏପ୍ରିଲ ୨୦୨୩ ତାରିଖ ଠୁ ଲାଗୁ କରାଯିବ
-ଏଥିସହ ଦୈନିକ ଭତ୍ତା ୨ ହଜାର ଟଙ୍କାରୁ ଅଢେଇ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି
-ସେହିପରି ପୂର୍ବତନ ସାଂସଦ ମାନଙ୍କ ପ୍ରଦାନ କରାଯାଉଥିବା ପେନ୍ସନ ମଧ୍ୟ ବୃଦ୍ଧି ହୋଇଛି
-ପୂର୍ବତନ ସାଂସଦଙ୍କ ପେନ୍ସନ ମାସିକ ୨୫ ହଜାର ଟଙ୍କାରୁ ୩୧ ହଜାର ଟଙ୍କାକୁ ବୃଦ୍ଧି
-ସେହିପରି ବାର୍ଷିକ ଅତିରିକ୍ତ ପେନ୍ସନ ୨ ହଜାରରୁ ଅଢେଇ ହଜାରକୁ ବୃଦ୍ଧି ହୋଇଛି
-ଚାଲିଥିବା ବଜେଟ ଅଧିବସେନରେ ଦରମା, ଭତ୍ତା, ପେନ୍ସନ ବୃଦ୍ଧି କରାଯାଇଛି।
-ପୂର୍ବରୁ ୨୦୧୮ ମସିହାରେ ସାଂସଦଙ୍କ ଦରମା ବୃଦ୍ଧି ହୋଇଥିଲା
-୨୦୧୮ରେ ଦରମା ୭୦ ହଜାର ଟଙ୍କାରୁ ବୃଦ୍ଧି ହୋଇ ଏକ ଲକ୍ଷ ହୋଇଥିଲା