ମଧ୍ୟାହ୍ନ ଭୋଜନ ପାଚକ, ପାଚିକାଙ୍କ ଦରମା ବଢିଲା । ଏଣିକି ମାସକୁ ମିଳିବ ୩୦୦୦

Advertisment

ବଢିଲା ପାଚକ, ପାଚିକାଙ୍କ ଦରମା। ମାସିକ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି। ଉପକୃତ ହେବେ ପି.ଏମ ପୋଷଣ (ମଧ୍ୟାହ୍ନ ଭୋଜନ) ଯୋଜନାରେ କାମ କରୁଥିବା ୧.୧୨ ଲକ୍ଷ ପାଚକ,ପାଚିକା । ଏଥିପାଇଁ ରାଜ୍ୟ ସରକାରଙ୍କୁ ବର୍ଷକୁ ଅତିରିକ୍ତ ୧୧୨ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ।

ବଢିଲା ପାଚକ, ପାଚିକାଙ୍କ ଦରମା

ବଢିଲା ପାଚକ, ପାଚିକାଙ୍କ ଦରମା Photograph: (KanakNews )

କନକ ବ୍ୟୁରୋ: ବଢିଲା ପାଚକ, ପାଚିକାଙ୍କ ଦରମା। ମାସିକ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି। ଉପକୃତ ହେବେ ପି.ଏମ ପୋଷଣ (ମଧ୍ୟାହ୍ନ ଭୋଜନ) ଯୋଜନାରେ କାମ କରୁଥିବା ୧.୧୨ ଲକ୍ଷ ପାଚକ,ପାଚିକା । ଏଥିପାଇଁ ରାଜ୍ୟ ସରକାରଙ୍କୁ ବର୍ଷକୁ ଅତିରିକ୍ତ ୧୧୨ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି। ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ନିୟୋଜିତ ହୋଇଥିବା ୧,୧୨,୦୯୦ ଜଣ ପାଚକ, ପାଚିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ। ଏମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦,୬୧୮ ସ୍କୁଲରେ ୪୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe