କନକ ବ୍ୟୁରୋ: ଶିଳ୍ପ ପ୍ରସଙ୍ଗରେ ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ ଦଳ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଗୃହରେ ମନ୍ତବ୍ୟ ପରେ, ଉତ୍ତର ରଖିଛି ବିଜେଡି। ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ପାଇଁ ଜମି ନେଇ ବ୍ୟବହାର କରୁନାହାନ୍ତି କିଛି ଶିଳ୍ପ ସଂସ୍ଥା। ୧୦ ବର୍ଷରୁ ଅଧିକ ସମୟ ଧରି ଜମି ନେଇ ଶିଳ୍ପ ପ୍ରତିଷ୍ଠା କରୁନାହାନ୍ତି। ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ନେଇଛନ୍ତି, ହେଲେ ଶିଳ୍ପ ବସୁନି । ଶିଳ୍ପ ଯେତିକି ଜମି ପାଇଛନ୍ତି ତାଠୁ ଅଧିକ ଜମି ମାଡ଼ି ବସିଛନ୍ତି। ଏସବୁକୁ ନେଇ ସର୍ଭେ ଆରମ୍ଭ ହୋଇଛି। ଆଉ ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏହାର ଜବାବ ରଖିଛି। ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, କେନ୍ଦ୍ର କ୍ୟାବିନେଟ ୧୨ଟି ଶିଳ୍ପ ସ୍ମାର୍ଟ ସିଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଲେ, ହେଲେ ଡବଲ ଇଞ୍ଜିନ ସରକାର ଥିବା ଓଡିଶା ଗୋଟିଏ ବି ଅନ୍ତର୍ଭୁକ୍ତ କରାଇପାରିଲେନି ।  କଣ ଏଥିପାଇଁ ଲୋକେ ଡବଲ ଇଞ୍ଜିନ ସରକାରଙ୍କୁ ଭୋଟ ଦେଇଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି।