ନିୟମ ମାନୁନାହାନ୍ତି ସରକାରୀ ସୁବିଧାପ୍ରାପ୍ତ ଘରୋଇ ହସ୍ପିଟାଲ : ଆର୍ଥିକ ଅନଗ୍ରସର ଓ ବିପିଏଲ ରୋଗୀଙ୍କ ମାଗଣା ଚିକିତ୍ସା ନିଶ୍ଚିତ କରିବାକୁ ଜନସ୍ବାର୍ଥ ମାମଲା

ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ତାସହ ଦାଖଲ ଜନସ୍ବାର୍ଥ ମାମଲାକୁ ଗ୍ରହଣ କରି ଶୁଣାଣି ପାଇଁ ରାଜି ହୋଇଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।

6

କନକ ବ୍ୟୁରୋ : ସରକାରୀ ଜମିରେ ଓ ସରକାରୀ ରିହାତିରେ ନିର୍ମିତ ଘରୋଇ ହସ୍ପିଟାଲରେ କାହିଁକି ଆର୍ଥିକ ଅନଗ୍ରସର ଓ ବିପିଏଲ କାର୍ଡଧାରୀ ରୋଗୀଙ୍କୁ ମିଳିବନି ମାଗଣା ଚିକିତ୍ସା । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ତାସହ ଦାଖଲ ଜନସ୍ବାର୍ଥ ମାମଲାକୁ ଗ୍ରହଣ କରି ଶୁଣାଣି ପାଇଁ ରାଜି ହୋଇଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ବିଭିନ୍ନ ରାଜ୍ୟର ଅଡିଟ୍‌ ରିପୋର୍ଟରେ ମଧ୍ୟ ଏହା ଉଲ୍ଲେଖ ରହିଛି । ବିଭିନ୍ନ ରାଜ୍ୟରେ ଗରିବଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ସର୍ତ୍ତରେ ଜମି ଓ ରିହାତି ନେଇ ସେବା ଯୋଗାଇଦେବାରେ ବିଫଳ ହୋଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । 

ଦିଲ୍ଲୀରେ ଏକ ତୃତୀୟାଂଶ ଶଯ୍ୟା ମାଗଣା ଚିକିତ୍ସା ପାଇଁ ସଂରକ୍ଷଣ ରଖିବାକୁ କୁହାଯାଇଥିଲେ ବି ଏହାକୁ ପାଳନ କରିନଥିଲେ ଅନେକ ହସ୍ପିଟାଲ । ଗରିବଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ଅନ୍ୟତ୍ର ବ୍ୟବହାର ହେଉଥିବା ଉଲ୍ଲେଖ କରିଛନ୍ତି ସିଏଜି । ସଙ୍ଗିନ ଅଭିଯୋଗ ଓଡ଼ିଶାରେ ମଧ୍ୟ ରହିଛି । ୨୦୧୩-୧୪ ସିଏଜି ରିପୋର୍ଟରେ ମାଗଣା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ରିହାତି ଦରରେ ଜମି ପାଇଥିଲେ, କିନ୍ତୁ ସର୍ତ୍ତ ମୁତାବକ ଚିକିତ୍ସା ସୁବିଧା ଦେଇନଥିଲେ । ଏପରିକି ହସ୍ପିଟାଲରେ ଥିବା ପ୍ରମୋଟର ରିହାତିରେ ପାଇଥିବା ଜମିକୁ ବେଆଇନ ଆବସିକ ଓ ବ୍ୟବସାୟିକ ଜମିରେ ରୂପାନ୍ତରିତ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe