କନକ ବ୍ୟୁରୋ : ଗଳିପଡ଼ିଲା କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଛାତ । କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଏଭଳି ଅଘଟଣ ଘଟିଛି । ଦିଲ୍ଲୀ ସାଉଥ୍ ଆଭେନ୍ୟରେ ଥିବା ଘରର ଛାତ ଭୁଶୁଡ଼ି ପଡ଼ିଛି । ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସାଂସଦ । କହିଛନ୍ତି, ଆମର ଛୋଟ ପିଲା ଅଛନ୍ତି, କିଛି ବି ହୋଇପାରେ । ଏନେଇ ସେ ଲୋକସଭା ବାଚସ୍ପତିଙ୍କୁ ଉପଯୁକ୍ତ ବାସସ୍ଥାନ ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ କ୍ୱାର୍ଟରରେ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି ସପ୍ତଗିରି ଉଲ୍ଲାକା ।

Advertisment