କନକ ବ୍ୟୁରୋ: ମିଳିଲାଣି ସଙ୍କେତ ହେବ କି କିଛି ବଡ କାର୍ଯ୍ୟାନୁଷ୍ଠାନ । ଉଚ୍ଚ ଆକାଶରେ ଲଢୁଆ ବିମାନଙ୍କ ଗର୍ଜନ, ମଝି ସମୁଦ୍ରରେ ଶକ୍ତିଶାଳୀ ଜାହାଜଙ୍କ ଶକ୍ତିପ୍ରଦର୍ଶନ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ଭାରତ ନିଜକୁ ସବୁଆଡୁ ପ୍ରସ୍ତୁତ ରଖିଛି । ଜଳ,ସ୍ଥଳ,ଆକାଶ ଯେଉଁଠି ଆବଶ୍ୟକ ପଡିବ ସେଠୁ ହୋଇପାରେ ଶତ୍ରୁ ଉପରେ ଆକ୍ରମଣ । ଏନେଇ ୩ ସେନାକୁ ସରକାର ପୂର୍ଣ୍ଣ କ୍ଷମତା ଦେଇସାରିଛନ୍ତି । ଏହାପରେ ଭାରତୀୟ ସ୍ଥଳ, ବାୟୁ ଓ ନୌସେନାର ଏବେ ପ୍ରସ୍ତୁତି ପଥରେ । ଭାରତୀୟ ବାୟୁସେନା ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେର ଶାହଜହାନପୁର ଜିଲ୍ଲାରେ ନିର୍ମାଣାଧୀନ ୩.୫ କିଲୋମିଟର ଲମ୍ବା ଏକ ହୱାଇ ପଟ୍ଟୀରେ ଯୁଦ୍ଧାଭ୍ୟାସ କରି ନିଜକୁ ପ୍ରସ୍ତୁତ ରଖିଛି । 

Advertisment

ଦେଶର ଏହା ପ୍ରଥମ ଏକ୍ସପ୍ରେସ୍‌ୱେ ଯେଉଁଠି ଦିନ ଓ ରାତି ଉଭୟ ସମୟରେ ଯୁଦ୍ଧବିମାନର ଅବତରଣ ଓ ଉଡ଼ାଣ ପାଇଁ ସକ୍ଷମ । ଏହି ଅଭ୍ୟାସରେ ରାଫେଲ, ସୁଖୋଇ-୩୦ ଏମ୍‌କେଆଇ, ମିରାଜ୍‌-୨୦୦୦, ମିଗ୍‌-୨୯, ଜାଗୁଆର ଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ଏବଂ ସି-୧୩୦ଜେ ସୁପର ହରକ୍ୟୁଲେସ୍‌, ଏଏନ୍‌-୩୨ ଓ ଏମ୍‌ଆଇ-୧୭ଭି୫ ହେଲିକପ୍ଟର ସାମିଲ ହୋଇଥିଲେ । ଯୁଦ୍ଧ ବିମାନଗୁଡ଼ିକ ମାତ୍ର ଏକ ମିଟର ଉଚ୍ଚତାରେ ନିମ୍ନ ଉଡ଼ାଣ ଅବତରଣ ଓ ଉଡ଼ାଣ ଅଭ୍ୟାସ କରିଥିଲେ ।  ଗୋଟିଏ ପଟେ ଆରବ ସାଗରରେ ନୌସେନାର ଜୋରଦାର ସମରଭ୍ୟାସ କରିଛି । ଆଇଏନଏସ ବିକ୍ରାନ୍ତ ଆରବ ସାଗରରେ ମୁତୟନ କରାଯାଇଛି । ସେପଟେ ବାୟୁସେନାର ବଢ଼ିଛି ବଳ। ରାଫେଲ ଯୁଦ୍ଧ ବିମାନରେ ଲାଗିବ ଶକ୍ତିଶାଳୀ ବ୍ରହ୍ମୋସ୍ ମିସାଇଲ୍। ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବ ବ୍ରହ୍ମୋସ୍ ମିଜାଇଲ । 

ଜଳ, ସ୍ଥଳ, ଆକାଶରୁ ଟାର୍ଗେଟ୍!
ଆରବ ସାଗରରେ ନୌସେନାର ଯୁଦ୍ଧାଭ୍ୟାସ 
ବାୟୁସେନାର ବି ବଢ଼ିଲା ବଳ
ରାଫେଲ୍‌ ଯୁଦ୍ଧ ବିମାନରେ ଲାଗିବ ବ୍ରହ୍ମୋସ୍ ମିସାଇଲ୍

କୌଣସି ମୁହୁର୍ତ୍ତରେ ଭାରତ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ଭାବନା ରହିଛି । ଯାହା ପାଇଁ ପାକିସ୍ତାନ ଆଖିରୁ ନିଦ ହଜିଛି । ଏହା ଭିତରେ ଭାରତକୁ ଫମ୍ପା ଧମକ ଦେଇଛନ୍ତି ପାକ୍‌ ସେନା ମୁଖ୍ୟ ଅସିମ ମୁନୀ । ଭାରତ ସମସ୍ତ କାର୍ଯ୍ୟାନୁଷ୍ଠାନର ପାକିସ୍ତାନ ଦୃଢ ଜବାବ ଦେବ କହିଛନ୍ତି ଅସିମ । ସେପଟେ ସୈନିକଙ୍କ ମନରେ ଯୋଶ୍‌ ଭରି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି ପାକିସ୍ତାନ ।