ରାସ୍ତା ସାଜିଲା କାଳ , ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ଅଧାରାସ୍ତାରେ ଚାଲିଗଲା ରୋଗୀଙ୍କ ଜୀବନ

Advertisment

ରାସ୍ତା ପାଇଁ ଜୀବନ ଗଲା । ଗାଁକୁ ରାସ୍ତା ନଥିବାରୁ ପାହାଡ଼ିଆ ରାସ୍ତାରେ ଭାରାରେ ବୋହି ମେଡିକାଲ ନେଉଥିଲେ ସମ୍ପର୍କୀୟ । ଅଧାରାସ୍ତାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି

ରାସ୍ତା ପାଇଁ ଜୀବନ ଗଲା । ଗାଁକୁ ରାସ୍ତା ନଥିବାରୁ ପାହାଡ଼ିଆ ରାସ୍ତାରେ ଭାରାରେ ବୋହି ମେଡିକାଲ ନେଉଥିଲେ ସମ୍ପର୍କୀୟ । ଅଧାରାସ୍ତାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି

road problem

Photograph: (kanaknews)

କନକବ୍ୟୁରୋ :ରାସ୍ତା ପାଇଁ ଜୀବନ ଗଲା । ଗାଁକୁ ରାସ୍ତା ନଥିବାରୁ ପାହାଡ଼ିଆ ରାସ୍ତାରେ ଭାରାରେ ବୋହି ମେଡିକାଲ ନେଉଥିଲେ ସମ୍ପର୍କୀୟ । ଅଧାରାସ୍ତାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ କାତ୍ରାକୁଣ୍ତରୁ ଆସିଛି ଏଭଳି ଦୁଃଖଦ ଖବର । ଜ୍ବରରେ ପୀଡିତ ଜିଗୁଡୁ ଗୋଲରୀଙ୍କ ଝିଅ ସଞ୍ଜିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲେ ।

ଆମ୍ବୁଲାନ୍ସ କାତ୍ରାକୁଣ୍ତକୁ ଯାଇପାରୁନଥିବାରୁ ପାହାଡିଆ ରାସ୍ତାରେ ଭାରରେ ବୋହି ମେଡିକାଲ ନେଉଥିଲେ ପରିବାର  । ଗୋବିନ୍ଦପାଲି ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ସମୟରେ ଅଧବାଟରେ ସଞ୍ଜିତାଙ୍କ ମୃତ୍ୟୁ ହୋଇଛି ।  ପ୍ରାୟ ୬ କିଲୋମିଟର ବାଟ ପାଦରେ ଚାଲିଚାଲି ସଞ୍ଜିତାଙ୍କୁ ଭାରାରେ ବୋହି ଆଣିବାକୁ ପଡ଼ିଥିଲା  ।  କିନ୍ତୁ ଶୋଚନୀୟ ରାସ୍ତା ପାଇଁ ଠିକ ସମୟରେ ସଞ୍ଜିତା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିପାରିନଥିଲେ  ।  ଆଉ ଅଧାବାଟରେ ତାଙ୍କର ଜୀବନ ଚାଲିଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe