କନକବ୍ୟୁରୋ :ରାସ୍ତା ପାଇଁ ଜୀବନ ଗଲା । ଗାଁକୁ ରାସ୍ତା ନଥିବାରୁ ପାହାଡ଼ିଆ ରାସ୍ତାରେ ଭାରାରେ ବୋହି ମେଡିକାଲ ନେଉଥିଲେ ସମ୍ପର୍କୀୟ । ଅଧାରାସ୍ତାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ କାତ୍ରାକୁଣ୍ତରୁ ଆସିଛି ଏଭଳି ଦୁଃଖଦ ଖବର । ଜ୍ବରରେ ପୀଡିତ ଜିଗୁଡୁ ଗୋଲରୀଙ୍କ ଝିଅ ସଞ୍ଜିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲେ ।
ଆମ୍ବୁଲାନ୍ସ କାତ୍ରାକୁଣ୍ତକୁ ଯାଇପାରୁନଥିବାରୁ ପାହାଡିଆ ରାସ୍ତାରେ ଭାରରେ ବୋହି ମେଡିକାଲ ନେଉଥିଲେ ପରିବାର । ଗୋବିନ୍ଦପାଲି ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ସମୟରେ ଅଧବାଟରେ ସଞ୍ଜିତାଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୬ କିଲୋମିଟର ବାଟ ପାଦରେ ଚାଲିଚାଲି ସଞ୍ଜିତାଙ୍କୁ ଭାରାରେ ବୋହି ଆଣିବାକୁ ପଡ଼ିଥିଲା । କିନ୍ତୁ ଶୋଚନୀୟ ରାସ୍ତା ପାଇଁ ଠିକ ସମୟରେ ସଞ୍ଜିତା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିପାରିନଥିଲେ । ଆଉ ଅଧାବାଟରେ ତାଙ୍କର ଜୀବନ ଚାଲିଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/08/v2wITrtqH5sNKHwTRN4u.jpg)