କନକବ୍ୟୁରୋ : ମହାନଦୀ ଜଳ ବିବାଦ ମାମଲାର ହେବ ସମାଧାନ । ଏନେଇ ଛତିଶଗଡ଼ ସରକାରଙ୍କ ସହ ୨ ଥର ଆଲୋଚନା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର । ଖୁବଶୀଘ୍ର ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି । ମହାନଦୀ ଓଡ଼ିଶାର ଜୀବନ ରେଖା ।
ମହାନଦୀ ଜଳ ବିବାଦ ଓଡ଼ିଶାର ପ୍ରଗତି ଓଡ଼ିଶାର ଉନ୍ନତି ସହ ଜଡିତ । ୨୦୧୭ ମସିହାରେ ଛତିଶଗଡ ବେଆଇନ ଭାବେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଥିଲା । ମହାନଦୀ ଓ ଏହାର ଶାଖା ନଦୀ ଉପରେ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରିଚାଲିଥିବା ବେଳେ ତାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି । ଓଡ଼ିଶାକୁ ଆବଶ୍ୟକ ପରିମାଣର ପାଣି ମିଳିପାରୁନି । ଏଣେ ଓଡ଼ିଶା ସରକାର ଗତ ୮ ବର୍ଷରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ କରିପାରିନାହାନ୍ତି । କେବଳ ଘୋଷଣା ଓ ସତ୍ୟାଗ୍ରହରେ ସୀମିତ ରହିଛନ୍ତି।