ଅଧାରେ ପଡିରହିଛି ନଦୀ ସଂଯୋଗୀକରଣ ପ୍ରକଳ୍ପ। ପ୍ରକଳ୍ପ ନିର୍ମାଣ ହେଲେ ଜଳସେଚିତ ହେବ ୨୫ ଲକ୍ଷ ୧୪ ହଜାର ହେକ୍ଟର ଜମି

Advertisment

ଅଧାରେ ପଡିରହିଛି ନଦୀ ସଂଯୋଗୀକରଣ ପ୍ରକଳ୍ପ। ଲକ୍ଷ୍ୟ ଥିଲା ପ୍ରକଳ୍ପ ହେଲେ ଜମିକୁ ଜଳସେଚନ ସହ ସେଥିରୁ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେବ। ଯୋଜନାଥିଲା ଓଡିଶାରେ ନଦୀ ସଂଯୋଗୀକରଣ ସମ୍ପର୍କିତ ୭ ପ୍ରକଳ୍ପ ପ୍ରତିଷ୍ଠା ହେବ।

ଅଧାରେ ପଡିରହିଛି ନଦୀ ସଂଯୋଗୀକରଣ ପ୍ରକଳ୍ପ। ଲକ୍ଷ୍ୟ ଥିଲା ପ୍ରକଳ୍ପ ହେଲେ ଜମିକୁ ଜଳସେଚନ ସହ ସେଥିରୁ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେବ। ଯୋଜନାଥିଲା ଓଡିଶାରେ ନଦୀ ସଂଯୋଗୀକରଣ ସମ୍ପର୍କିତ ୭ ପ୍ରକଳ୍ପ ପ୍ରତିଷ୍ଠା ହେବ।

river projct

କନକ ବ୍ୟୁରୋ: ଅଧାରେ ପଡିରହିଛି ନଦୀ ସଂଯୋଗୀକରଣ ପ୍ରକଳ୍ପ। ଲକ୍ଷ୍ୟ ଥିଲା ପ୍ରକଳ୍ପ ହେଲେ ଜମିକୁ ଜଳସେଚନ ସହ ସେଥିରୁ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେବ। ଯୋଜନାଥିଲା ଓଡିଶାରେ ନଦୀ ସଂଯୋଗୀକରଣ ସମ୍ପର୍କିତ ୭ ପ୍ରକଳ୍ପ ପ୍ରତିଷ୍ଠା ହେବ। ସେଗୁଡିକ ହେଲା ମହାନଦୀ-ଗୋଦାବରୀ,ମହାନଦୀ-ଋଷିକୂଲ୍ୟା-ଗୋଦାବରୀ,ସୁବର୍ଣ୍ଣରେଖା-ମହାନଦୀ,ଗଙ୍ଗା-ଦାମୋଦର-ସୁବର୍ଣ୍ଣରେଖା,ମହାନଦୀ-ବ୍ରାହ୍ମଣୀ,ମହାନଦୀ-ଋଷିକୂଲ୍ୟା ,ବଂଶଧାରା-ଋଷିକୂଲ୍ୟା ଓ ନାଗାବଳୀ-ବଂଶଧାରା-ଋଷିକୂଲ୍ୟା।  କିନ୍ତୁ ବିଭିନ୍ନ କାରଣରୁ ଏହା ଆଗକୁ ବଢିପାରିନାହିଁ ।

ଏହି ସାତ ପ୍ରକଳ୍ପ ନିର୍ମାଣ ହେଲେ ୨୫ ଲକ୍ଷ ୧୪ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିଥାନ୍ତା । ସେହିଭଳି ୯୧୫ ମେଗାୱାଟର ଜଳ ବିଦ୍ୟୁତ ମଧ୍ୟ ଉତ୍ପାଦନ ହୋଇପାରିଥାନ୍ତା । ତେବେ ବହୁ ଅନୁଧ୍ୟାନ ପରେ ମହାନଦୀ-ବ୍ରାହ୍ମଣୀ ଓ ନାଗାବଳୀ-ବଂଶଧାରା-ଋଷିକୂଲ୍ୟା ପ୍ରକଳ୍ପ ଭଳି ଦୁଇଟି ପ୍ରକଳ୍ପ ଫିଜିବୁଲ ହେଉ ନାହିଁ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ନ୍ୟାସନାଲ ୱାଟର ଡେଭଲପମେଣ୍ଟ ଏଜେନ୍ସି ପକ୍ଷରୁ କୁହାଯାଇଛି। ହେଲେ ମହାନଦୀ-ଗୋଦାବରୀ ଓ ସୁବର୍ଣ୍ଣରେଖା-ମହାନଦୀ ଭଳି ଦୁଇଟି ପ୍ରକଳ୍ପର ପ୍ରିଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ ହୋଇ ବେଳେ ଏବେ ଡିପିଆର ପ୍ରସ୍ତୁତ ଚାଲିଛି।  

ଏବେ ଦେଶରେ ସାମଗ୍ରିକ ଭାବେ ୪୯ଟି ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ପ୍ରସ୍ତାବ ରହିଛି। ତେବେ ଅନେକ ପ୍ରକଳ୍ପରେ ଆନ୍ତଃରାଜ୍ୟ  ବିବାଦ ରହୁଥିବାରୁ ନିର୍ମାଣରେ ବିଳମ୍ବ ଘଟୁଛି। ଏହା ସହ ପ୍ରକଳ୍ପର ଖର୍ଚ୍ଚ ଅଟକଳ ମଧ୍ୟ ବୃଦ୍ଧି ପାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe