କନକ ବ୍ୟୁରୋ : ବହୁ ବଡବଡିଆ ଓ ପ୍ରଭାବଶାଳୀ ରାସନକାର୍ଡ ହାତେଇଥିବା ନେଇ ଯାହା ଅଭିଯୋଗ ହୋଇ ଆସୁଥିଲା ତାହା ସତ ହୋଇଛି । ଇ-କେୱାଇସି ଯାଂଚବେଳେ ସାମନାକୁ ଆସିଛି ସାଂଘାତିକ ତଥ୍ୟ। ସୂଚନା ଅନୁସାରେ, ରାଜ୍ୟର ଧନୀ ଶ୍ରେଣୀର ଲୋକ ତଥା ଆୟକର ଦେଉଥିବା ବ୍ୟକ୍ତି ହାତେଇଛନ୍ତି ରାସନ କାର୍ଡ । ରାଜ୍ୟରେ ପ୍ରାୟ ୨ ଲକ୍ଷ ଆୟକରଦାତା ଗରିବଙ୍କ ଯୋଜନାରେ ଭାଗ ବସାଇଛନ୍ତି ! ଏ ସଂକ୍ରାନ୍ତରେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଆୟକରଦାତା ରାସନ କାର୍ଡ ନେଇଥିବା ନେଇ ତଥ୍ୟ ଗ୍ରାଉଣ୍ଡରୁ ଆସିଛି । ବିଭାଗ ପାଖରେ ତଥ୍ୟ ପହଞ୍ଚିବା ପରେ ତର୍ଜମା ଚାଲିଛି । ପୂର୍ବ ସରକାର ସମୟରେ ଆୟକରଦାତା ପାଇଥିଲେ ରାସନକାର୍ଡ ।

Advertisment

ଦୀର୍ଘ ୫ ମାସ ଧରି ରାଜ୍ୟରେ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି । ବର୍ତମାନ ସୁଦ୍ଧା ୪୧ଲକ୍ଷ ୭୧ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ସେହିପରି ଅନ୍ୟ ରାଜ୍ୟରେ ରହୁଥିବା ୧ ଲକ୍ଷ ୨୫ ହଜାର ଇ-କେୱାଇସି କରିଛନ୍ତି । ଅନ୍ୟପଟେ ୩୧ ଜାନୁଆରୀ ଇ-କେୱାଇସି ଅପଡେଟ ପାଇଁ ଡେଡଲାଇନ୍ ରହିଛି । ଇକେୱାଇସି ପ୍ରକ୍ରିୟା ସରିବା ପରେ ଆବେଦନ କରିଥିବା ନୂଆ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ଦିଆଯିବ । 

ଯେଉଁ ଆୟକରଦାତା ଗଫଲତି କରି ରାସନକାର୍ଡ ହାତେଇଥିଲେ, ଆଗାମୀ ଦିନରେ ତାଙ୍କ ଉପରେ କିଛି କାର୍ୟ୍ୟନୁଷ୍ଠାନ ନେଇପାରନ୍ତି ନୂଆ ସରକାର ? ଖାଦ୍ୟ ସୁରକ୍ଷା ଆଇନକୁ ଉଲ୍ଲଂଘନ କରି ଅଯୋଗ୍ୟ ଥିବା ହିତାଧିକାରୀ କେମିତି ଯୋଗ୍ୟ ହୋଇଥିଲେ?  ତାହା ସବୁଠୁ ବଡ଼ ପ୍ରଶ୍ନ ।