କନକ ବ୍ୟୁରୋ: ସାରା ଦେଶ ଭିତରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏହାର ଉତ୍ତର ଦେବାକୁ ଯାଇ କାରଣ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଲେ, ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ବେଶୀ ଥାଏ ସେଠି ବଜ୍ରପାତ ମୃତ୍ୟୁ ସଂଖ୍ୟା ବେଶୀ । ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୫ ବର୍ଷ ଭିତରେ ଓଡ଼ିଶା, ଭାରତ ବର୍ଷର ସବୁ ରାଜ୍ୟଠାରୁ ଅଧିକ । ଓଡ଼ିଶାରେ ୫ ବର୍ଷରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଛି ।
ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗ କୁ ରାଜସ୍ବ ବିଭାଗ ୭ କୋଟି ଟଙ୍କା ପ୍ରଦାନ କରିଛନ୍ତି...
ମନ୍ତ୍ରୀ ପୁଣି କହିଛନ୍ତି, ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ବେଶୀ ଥାଏ ସେଠି ବଜ୍ରପାତ ମୃତ୍ୟୁ ସଂଖ୍ୟା ବେଶୀ । ତେବେ ବଜ୍ରପାତର ସ୍ଥାୟୀ ନିରାକରଣ ପାଇଁ ଏଯାଏଁ କୌଣସି ବ୍ୟବସ୍ଥା ହୋଇନାହିଁ । କେଉଁଠାରେ ବଜ୍ରପାତ ହେବ ଜାଣିବା ପାଇଁ ବୈଜ୍ଞାନିକ ମାନେ ମଧ୍ୟ ସଫଳ ହୋଇନାହାନ୍ତି କିନ୍ତୁ ଅନୁସନ୍ଧାନ ଜାରି ରଖିଛନ୍ତି ।
ତେବେ ବଜ୍ରପାତ ରୋକିବାକୁ ପ୍ରାକୃତିକ ଉପାୟରେ ପଦକ୍ଷେପ ଗ୍ରହଣ କରାଯାଉଛି । ତାଳ ଗଛ ରୋପଣ ଉପରେ ଗୁରୁତ୍ୱ ଦେଉଛନ୍ତି । ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ୱ ବିଭାଗ ପକ୍ଷରୁ ୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ତେବେ ବଜ୍ରପାତରେ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।