ମାସମାସ ଧରି ବନ୍ଦ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ! ବନ୍ଦ ଅଫିସ୍‌ରେ ରାଜ୍‌ କରୁଛନ୍ତି ଦଲାଲ!

Advertisment

ମାସମାସ ଧରି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି । ଫଳରେ ଲୋକମାନେ ବାରମ୍ବାର ନିରାସ ହୋଇ ଫେରୁଛନ୍ତି । ଆର.ଆଇ ଅଫିସ୍‌ଟି ଗୋପ ତହସିଲ ଠାରୁ ମାତ୍ର ଶହେ ମିଟର ଦୂର, ଖୋଦ ତହସିଲଦାରଙ୍କ ବାସଭବନ ସମ୍ମୁଖରେ ରହିଛି ତଥାପି ଚୁପ୍‌ ବସିଛନ୍ତି ତହସିଲଦାର । 

ମାସମାସ ଧରି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି । ଫଳରେ ଲୋକମାନେ ବାରମ୍ବାର ନିରାସ ହୋଇ ଫେରୁଛନ୍ତି । ଆର.ଆଇ ଅଫିସ୍‌ଟି ଗୋପ ତହସିଲ ଠାରୁ ମାତ୍ର ଶହେ ମିଟର ଦୂର, ଖୋଦ ତହସିଲଦାରଙ୍କ ବାସଭବନ ସମ୍ମୁଖରେ ରହିଛି ତଥାପି ଚୁପ୍‌ ବସିଛନ୍ତି ତହସିଲଦାର । 

19ୋ୍‌

Photograph: (kanaknews)

କନକ ବ୍ୟୁରୋ : ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦ମିଟର ଦୂରରେ ସବୁ ସମୟରେ ଦଲାଲ ମାନଙ୍କ ରାଜ ଚାଲିଛି । ଗୋଟିଏ କାର୍ଯ୍ୟ ପାଇଁ ୬ମାସ ଦୌଡିବାକୁ ପଡୁଛି,ରାଜସ୍ୱ ନୀରିକ୍ଷକଙ୍କ ଦେଖା ମିଳୁନି । ପଚାରିଲେ ମୁହଁ ଲୁଚାଉଛନ୍ତି ରାଜସ୍ୱ ନୀରିକ୍ଷକ । 

ଜମିଜମା ସମସ୍ୟା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇଁ ଆର୍‌ଆଇ୍‌ ଅଫିସକୁ ଧାଇଁଥାନ୍ତି ଲୋକେ । ହେଲେ ମାସମାସ ଧରି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି । ଫଳରେ ଲୋକମାନେ ବାରମ୍ବାର ନିରାସ ହୋଇ ଫେରୁଛନ୍ତି । ଆର.ଆଇ ଅଫିସ୍‌ଟି ଗୋପ ତହସିଲ ଠାରୁ ମାତ୍ର ଶହେ ମିଟର ଦୂର, ଖୋଦ ତହସିଲଦାରଙ୍କ ବାସଭବନ ସମ୍ମୁଖରେ ରହିଛି । ତଥାପି ଚୁପ୍‌ ବସିଛନ୍ତି ତହସିଲଦାର । 

ସାଧାରଣ ଲୋକ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଜାତିଗତ ଓ ଆୟ ପ୍ରମାଣ ପତ୍ର ପାଇବେ ଏବଂ ଜମିଜମା ରିପୋର୍ଟ ତୁରନ୍ତ ପାଇବେ ସେଥିପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସରକାର ହେଲେ ସମ୍ପୃକ୍ତ ଅଧିକାରୀ ନିୟମ ମାନୁନାହାନ୍ତି ! ବାହାର ପଟୁ ତାଲା ପକାଇ ଭିତରେ ଦଲାଲ କାମ କରୁଥିବା ଅଭିଯୋଗ ହୋଇଛି । ପୁଣି କାମ କରାଇଦେବାକୁ ଟଙ୍କା ମାଗୁଥିବା କହିଛନ୍ତି ଅଭିଯୋଗକାରୀ ।  ତେବେ ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe