କନକ ବ୍ୟୁରୋ : ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦ମିଟର ଦୂରରେ ସବୁ ସମୟରେ ଦଲାଲ ମାନଙ୍କ ରାଜ ଚାଲିଛି । ଗୋଟିଏ କାର୍ଯ୍ୟ ପାଇଁ ୬ମାସ ଦୌଡିବାକୁ ପଡୁଛି,ରାଜସ୍ୱ ନୀରିକ୍ଷକଙ୍କ ଦେଖା ମିଳୁନି । ପଚାରିଲେ ମୁହଁ ଲୁଚାଉଛନ୍ତି ରାଜସ୍ୱ ନୀରିକ୍ଷକ ।
ଜମିଜମା ସମସ୍ୟା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇଁ ଆର୍ଆଇ୍ ଅଫିସକୁ ଧାଇଁଥାନ୍ତି ଲୋକେ । ହେଲେ ମାସମାସ ଧରି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି । ଫଳରେ ଲୋକମାନେ ବାରମ୍ବାର ନିରାସ ହୋଇ ଫେରୁଛନ୍ତି । ଆର.ଆଇ ଅଫିସ୍ଟି ଗୋପ ତହସିଲ ଠାରୁ ମାତ୍ର ଶହେ ମିଟର ଦୂର, ଖୋଦ ତହସିଲଦାରଙ୍କ ବାସଭବନ ସମ୍ମୁଖରେ ରହିଛି । ତଥାପି ଚୁପ୍ ବସିଛନ୍ତି ତହସିଲଦାର ।
ସାଧାରଣ ଲୋକ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଜାତିଗତ ଓ ଆୟ ପ୍ରମାଣ ପତ୍ର ପାଇବେ ଏବଂ ଜମିଜମା ରିପୋର୍ଟ ତୁରନ୍ତ ପାଇବେ ସେଥିପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି ସରକାର ହେଲେ ସମ୍ପୃକ୍ତ ଅଧିକାରୀ ନିୟମ ମାନୁନାହାନ୍ତି ! ବାହାର ପଟୁ ତାଲା ପକାଇ ଭିତରେ ଦଲାଲ କାମ କରୁଥିବା ଅଭିଯୋଗ ହୋଇଛି । ପୁଣି କାମ କରାଇଦେବାକୁ ଟଙ୍କା ମାଗୁଥିବା କହିଛନ୍ତି ଅଭିଯୋଗକାରୀ । ତେବେ ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/01/iuqcwVYtt0xMQ08syrfr.jpg)