ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ ; ବାସବରାଜୁଙ୍କ ମୃତ୍ୟୁ ପରେ ହେଲେ ସାଧାରଣ ସମ୍ପାଦକ

Advertisment

ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ । ଥିପୁରି ତିରୁପତି ଓରଫ ଦେବୁଜୀ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତି ହୋଇଥିବା ସୂଚନା ମିଳିଛି । ବାସବରାଜୁଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ପଦବି ।

ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ । ଥିପୁରି ତିରୁପତି ଓରଫ ଦେବୁଜୀ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତି ହୋଇଥିବା ସୂଚନା ମିଳିଛି । ବାସବରାଜୁଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ପଦବି ।

mao

କନକ ବ୍ୟୁରୋ : ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ । ଥିପୁରି ତିରୁପତି ଓରଫ ଦେବୁଜୀ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତି ହୋଇଥିବା ସୂଚନା ମିଳିଛି । ବାସବରାଜୁଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ପଦବି । ତିରୁପତି, ଦେବୁଜି, କୁମା ଦାଦା, ଚେତନ ପରି ଅନେକ ନାଁରେ ସେ ପରିଚିତ । ମାଓବାଦୀଙ୍କ ସେଣ୍ଟ୍ରାଲ ମିଲିଟାରୀ କମାଣ୍ଡ ମୁଖ୍ୟ ଦାୟିତ୍ୱରେ ଥିଲେ ।

ଖାଲି ସେତିକି ନୁହେଁ ସେ କେନ୍ଦ୍ରୀୟ କମିଟି ସଦସ୍ୟ, ପୋଲିତ ବ୍ୟୁରୋ ସଦସ୍ୟ, ସେଣ୍ଟ୍ରାଲ ରିଜିଓନାଲ ବ୍ୟୁରୋ ସଦସ୍ୟ ମଧ୍ୟ ଥିଲେ । କମ୍ୟୁନିକେସନ ଇନଚାର୍ଜ ସହ ଦକ୍ଷିଣ ସବ ଜୋନାଲ ବ୍ୟୁରୋ ଦାୟିତ୍ବ ମଧ୍ୟ ରହିଥିଲା । ତେଲେଙ୍ଗାନା ଜଗତିଆଲ ଜିଲ୍ଲାର ଥିରୁପତି । ୩ ଦଶକ ଧରି ସଂଗଠନ ସହ ଜଡ଼ିତ । ତାଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ । ୨୦୧୦ ଦାନ୍ତେୱାଡା ୬୫ ସିଆରପିଏଫ୍ ଯବାନଙ୍କ ହତ୍ୟାକାଣ୍ଡ ଘଟଣାର ସେ ମାଷ୍ଟରମାଇଣ୍ଡ । ୨୦୦୭ ରାଣୀବୋଦଲି ୫୫ ଯବାନଙ୍କ ହତ୍ୟା ଘଟଣାରେ ମଧ୍ୟ ସମ୍ପୃକ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe