କନକ ବ୍ୟୁରୋ : ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ । ଥିପୁରି ତିରୁପତି ଓରଫ ଦେବୁଜୀ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତି ହୋଇଥିବା ସୂଚନା ମିଳିଛି । ବାସବରାଜୁଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ପଦବି । ତିରୁପତି, ଦେବୁଜି, କୁମା ଦାଦା, ଚେତନ ପରି ଅନେକ ନାଁରେ ସେ ପରିଚିତ । ମାଓବାଦୀଙ୍କ ସେଣ୍ଟ୍ରାଲ ମିଲିଟାରୀ କମାଣ୍ଡ ମୁଖ୍ୟ ଦାୟିତ୍ୱରେ ଥିଲେ ।
ଖାଲି ସେତିକି ନୁହେଁ ସେ କେନ୍ଦ୍ରୀୟ କମିଟି ସଦସ୍ୟ, ପୋଲିତ ବ୍ୟୁରୋ ସଦସ୍ୟ, ସେଣ୍ଟ୍ରାଲ ରିଜିଓନାଲ ବ୍ୟୁରୋ ସଦସ୍ୟ ମଧ୍ୟ ଥିଲେ । କମ୍ୟୁନିକେସନ ଇନଚାର୍ଜ ସହ ଦକ୍ଷିଣ ସବ ଜୋନାଲ ବ୍ୟୁରୋ ଦାୟିତ୍ବ ମଧ୍ୟ ରହିଥିଲା । ତେଲେଙ୍ଗାନା ଜଗତିଆଲ ଜିଲ୍ଲାର ଥିରୁପତି । ୩ ଦଶକ ଧରି ସଂଗଠନ ସହ ଜଡ଼ିତ । ତାଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ । ୨୦୧୦ ଦାନ୍ତେୱାଡା ୬୫ ସିଆରପିଏଫ୍ ଯବାନଙ୍କ ହତ୍ୟାକାଣ୍ଡ ଘଟଣାର ସେ ମାଷ୍ଟରମାଇଣ୍ଡ । ୨୦୦୭ ରାଣୀବୋଦଲି ୫୫ ଯବାନଙ୍କ ହତ୍ୟା ଘଟଣାରେ ମଧ୍ୟ ସମ୍ପୃକ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/09/mao-2025-09-09-15-43-42.png)